spot_img

ଭୁବନେଶ୍ୱରରୁ ଆଉ ୩୩୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ୩୩୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୩୧ ପହଁଚିଛନ୍ତି । ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱରାଣ୍ଟାଇନରେ ୧୭୩ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୧୫୯ । ଏହାସହ ୧୬୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

 

ସୂଚନାଯୋଗ୍ୟ, ରାଜଧାନୀରେ ଏବେସୁଦ୍ଧା ୭୯୩୧ଟି ପଜିଟିଭ କେସ ସାମ୍ନାକୁ ଆସିଥିବା ବେଳେ ୪୭୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୩୪ ଜଣ ପ୍ରାଣ ହରାଇଥିବା ବେଳେ ୩୧୬୧ଟି ସକ୍ରିୟ କେସ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular