ରାଉଲକେଲା: ରାଉଲକେଲା ସ୍ୱତନ୍ତ୍ର କାରାଗାରରୁ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣ ଜେଲ୍ ଅନ୍ତେବାସୀ ଥିବାବେଳେ ୩ଜଣ ଜେଲ୍ କର୍ମଚାରୀ ରହିଛନ୍ତି । ଗତ ସୋମବାର ଦିନ ଜେଲ୍ ଅନ୍ତେବାସୀଙ୍କ ସହ ଜେଲ୍ କର୍ମଚାରୀଙ୍କୁ ମିଶାଇ ୬୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର କରୋନା ପିଜିଟିଭ ଆସିଛି । ଏହାପରେ ଜେଲ ପରିସରକୁ ସାନିଟାଇଜ କରାଯାଇଛି । ସଂକ୍ରମିତଙ୍କୁ ରାଉରକେଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜେଲର ବିଭିନ୍ନ ୱାର୍ଡର ବିଶୋଧନ ମଧ୍ୟ କରାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0