ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା । ପୁଣି ଝାମ୍ପିନେଲେ ମହିଳାଙ୍କ ବେକରୁ ସୁନା ଚେନ । ଲୁଟ କରି ଲୁଟେରା ଫେରାର ହୋଇଯାଇଛନ୍ତି । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ନୟାପଳ୍ଲୀ ରେଣ୍ଟାଲ କଲୋନୀ ଛକ ନିକଟରୁ ।
ସୂଚନାଅନୁଯାୟୀ ନୟାପଳ୍ଲୀ ରେଣ୍ଟାଲ କଲୋନୀ ଛକରୁ ମହୀଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ । ପଲସର୍ ଗାଡିରେ ଆସି ଦୁଇ ଦୁର୍ବୃତ୍ତ ଚେନ୍ ଲୁଟିନେଇଥିବା ଅଭିଯୋଗ ହୋଇଛି । ତେବେ ମହିଳା ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ତାଙ୍କ ବେକରୁ ଚେନ୍ ଟାଣିନେଲେ ଦୁଇ ଦୁର୍ବୃତ୍ତ । ଘଟଣା ପରେ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ମହିଳା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୁଟେରାମାନଙ୍କର ପତ୍ତା ମିଳିପାରିନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0