ନୂଆଦିଲ୍ଲୀ: ଲାଦାଖ ସୀମାରେ ଗତ ଚାରି ମାସ ଧରି ଭାରତ ଚୀନ ମଧ୍ୟରେ ଅଶାନ୍ତି ଲାଗିରହିଛି । ଏହାକୁ କମ୍ କରିବା ପାଇଁ ଲମ୍ବା ସମୟ ପରେ ଭାରତ ଓ ଚୀନର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ରୁଷରେ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୱିଙ୍କ ସାମ୍ନାରେ ବର୍ଡର ସ୍ଥିତିକୁ ରଖିଥିଲେ । ଦୁଇ ଦେଶର ଏହି ବୈଠକ ପରେ ପାଞ୍ଚସୂତ୍ରୀ ନୀତି ଉପରେ କଥା ହୋଇଥିଲା । ସୀମାରେ ୧୯୭୫ ପରେ ପ୍ରଥମ ଥର ଗୁଳି ଚାଲିବା ଘଟଣା ହୋଇଥିଲା । ଏହା ପରେ ମଧ୍ୟ ଦୁଇ ଦେଶ ପକ୍ଷରୁ ଦୁଇ ମନ୍ତ୍ରୀ ଖୋଲାଖୋଲି କଥା ହୋଇଥିବା ନେଇ କୁହାଯାଇଥିଲା । ଦୁଇ ଦେଶ ପକ୍ଷରୁ ଏକ ପାଞ୍ଚସୂତ୍ରୀ ସହମତି ଜାରି ହୋଇଛି ।
(୧)ଦୁଇ ଦେଶ ନିଜ ନେତାଙ୍କ ମାର୍ଗଦର୍ଶନରେ ଚାଲି ଆଲୋଚନା ଆଗକୁ ବଢ଼ାଇବା ଦରକାର । ମତଭେଦକୁ ବିବାଦରେ ବଦଳାଇବେ ନାହିଁ । (୨) ସୀମାରେ ବର୍ତ୍ତମାନ ଥିବା ସ୍ଥିତି ଦୁଇ ଦେଶ ପକ୍ଷରେ ନାହିଁ । ଏପରି ପରିସ୍ଥିତିରେ ଦୁଇ ସେନା କଥାବାର୍ତ୍ତା ଜାରି ରଖିବା ସହ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରିବେ । (୩) ଦୁଇ ଦେଶ ମଧ୍ୟରେ ଭାରତ-ଚୀନ ସୀମା ବିବାଦକୁ ନେଇ ହୋଇଥିବା ସହମତିକୁ ପାଳନ କରିବେ ଓ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ । (୪) ସୀମା ବିବାଦକୁ ନେଇ ବିଶେଷ ପ୍ରତିନିଧିଙ୍କ ସହ ଆଲୋଚନା ଜାରି ରହିବ । (୫) ଶାନ୍ତି ସ୍ଥାପନ ହେବା ପରେ ଦୁଇ ଦେଶ ନିଜ ମଧ୍ୟରେ ସମ୍ବନ୍ଧକୁ ଆଗକୁ ବଢ଼ାଇବା ନେଇ କାର୍ଯ୍ୟ କରିବେ ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0