କରୋନା କଟକଣାକୁ ଦୃଷ୍ଟିରେ ରଖି କେରଳ ସ୍ଥିତ ସାଵରୀମାଳା ମନ୍ଦିର ଆଜିଠାରୁ ଖୋଲାଯିବ। ମଙ୍ଗଳବାର ଦିନ ଭକ୍ତ ମନ୍ଦିରରେ ଦର୍ଶନ ଓ ପୂଜାପାଠ କରିପାରିବେ। ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କୁ କରୋନା ନିୟମ ପାଳନ କରିବାକୁ ହେବ। ଦୁଇ ମାସ ଚାଲୁଥିବା ମଣ୍ଡଳା-ମକରବିଲକ୍କୁ ଉତ୍ସବ ପାଇଁ ସୋମବାର ସନ୍ଧ୍ୟାରେ ମନ୍ଦିର ଖୋଲି ଦିଆଯିବ। ଏହି ମନ୍ଦିରରେ ଭଗବାନ ଅୟପ୍ପାଙ୍କୁ ପୂଜା କରାଯାଏ। ମନ୍ଦିର ୪୧ ଦିନିଆ ମଣ୍ଡଳା ପୂଜା କାର୍ଯ୍ୟକ୍ରମ ପାଇଁ ଖୋଲାଯାଇଛି। ଏହି ଉତ୍ସବ ଡିସେମ୍ବର ୨୬ ରେ ଶେଷ ହେବ। ଏହାପରେ ଡିସେମ୍ବର ୩୦ ରେ ମନ୍ଦିର ପୁଣି ଖୋଲାଯିବ। ସେତେବେଳେ ମକରବିଲକ୍କୁ ଉତ୍ସବ କାର୍ଯ୍ୟକ୍ରମ ହେବ। ମକରବିଲକ୍କୁ ଉତ୍ସବ ବେଳେ ଜାନୁଆରୀ ୨୦ ଯାଏଁ ଭକ୍ତଙ୍କୁ ମନ୍ଦିରରେ ଦର୍ଶନ ପାଇଁ ଅନୁମତି ମିଳିବ।
କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ରବିବାର ଦିନ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ କରୋନା ଭାଇରସ ରୋକିବାକୁ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ବ୍ୟବସ୍ଥା କରିଛି। ଅଧିକାରୀ କହିଛନ୍ତି ଯେ ଭ୍ୟାକସିନର ଦୁଇଟି ଡୋଜ ନେଇଥିବା ଭକ୍ତଙ୍କୁ ହିଁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିବ। ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କ କରୋନା ନେଗେଟିଭ ମଧ୍ୟ ଅନିବାର୍ଯ୍ୟ ବୋଲି ଅଧିକାରୀ କହିଛନ୍ତି। କରୋନାର ଆରଟିପିସିଆର ନେଗେଟିଭ ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ପୁରୁଣା ନ ହୋଇଥିବା ଉଚିତ। ଶ୍ରଦ୍ଧାଳୁ ନିଜ ସହ ନିଜ ପରିଚୟ ପତ୍ର ଆଣିବା ମଧ୍ୟ ଅନିବାର୍ଯ୍ୟ। ମଣ୍ଡଳା-ମକରବିଲକ୍କୁ ଉତ୍ସବକୁ ଦୃଷ୍ଟିରେ ରଖି ମନ୍ଦିର ଓ ଆଖପାଖ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0