ସାମ୍ନାକୁ ଆସିଲା ବହୁ ପ୍ରତୀକ୍ଷିତ ଫିଲ୍ମ ପୃଥ୍ୱୀରାଜ ଚୌହାନର ଟିଜର। ରିଲିଜ ହେଉ ହେଉ ଏହି ଟ୍ରେଲରକୁ ପାଖାପାଖି ଲକ୍ଷେ ଲୋକ ଦେଖିସାରିଲେଣି। ଏହାର ଆରମ୍ଭ ପୃଥ୍ୱୀରାଜ ଚୌହାନଙ୍କ ଏଣ୍ଟ୍ରିରେ ହେଉଛି। ଏଥିରେ ପୃଥ୍ୱୀରାଜ କେତେ ସାହସୀ ଥିଲେ ତାହା ଦର୍ଶାଯାଇଛି। ଏହା ପରେ କୁହାଯାଇଛି ଯେ ସମସ୍ତେ ପ୍ରସ୍ତୁତ ହୋଇଯାଅ, ହିନ୍ଦୁସ୍ତାନର ସିଂହ ଆସୁଛି। ଏହି ଟ୍ରେଲରରେ ସୋନୁ ସୁଦ, ମାନୁଷି, ଅକ୍ଷୟ ଓ ସଞ୍ଜୟ ଦତ୍ତଙ୍କ ଲୁକର ଏକ ଝଲକ ବି ଦେଖିବାକୁ ମିଳିଛି।
ଡାକ୍ତର ଚନ୍ଦ୍ର ପ୍ରକାଶ ଦ୍ବିବେଦୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାର, ସଞ୍ଜୟ ଦତ୍ତ, ମାନୁଷି ଛିଲର ଓ ସୋନୁ ସୁଦ ନିଜ ଅଭିନୟର ଯାଦୁ ଦେଖାଉଥିବା ନଜର ଆସିବେ। ୨୦୧୭ ରେ ମିସ୍ ୱାର୍ଲଡ ବନିଥିବା ମାନୁଷି ଛିଲର ‘ସଂୟୋଗୀତା’ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ଜରିଆରେ ମାନୁଷି ବଲିଉଡରେ ଡେବ୍ୟୁ କରିବେ।୨୦୧୯ ମସିହାରେ ଫିଲ୍ମ ନିର୍ମାତା ଏହି ଫିଲ୍ମକୁ ତିଆରି କରିବା ନେଇ ଘୋଷଣା କରିଥିଲେ। କରୋନା ମହାମାରୀ ପୂର୍ବରୁ ଫିଲ୍ମର କିଛି ଅଂଶ ସୁଟିଂ ସାରିଥିବା ବେଳେ ବାକି ସୁଟିଂ ଏବେ ସରିଛି। ଲକଡାଉନ ଯୋଗୁ ଫିଲ୍ମର ରିଲିଜ ବି ବନ୍ଦ ହୋଇଥିଲା। କିନ୍ତୁ ଖୁବଶୀଘ୍ର ଏହି ଫିଲ୍ମ ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଉଛି।ଫିଲ୍ମ ବିଷୟରେ ଅକ୍ଷୟ କୁମାର କହିଛନ୍ତି, ପୃଥ୍ୱୀରାଜର ଟିଜର ହେଉଛି ଫିଲ୍ମର ଆତ୍ମା। ମହାନ ଯୋଦ୍ଧା ସମ୍ରାଟ ପୃଥ୍ୱୀରାଜ ଚୌହାନଙ୍କ ଜୀବନରେ ଡର ବୋଲି କିଛି ଶବ୍ଦ ନଥିଲା। ତାହା ହିଁ ହେଉଛି ତାଙ୍କ ଜୀବନର ମୂଳ। ଏହି ଫିଲ୍ମ ଜରିଆରେ ତାଙ୍କ ବୀରତ୍ବ ଓ ଜୀବନକୁ ଆମେ ଶ୍ରଦ୍ଧାଞ୍ଜଳି ଦେଉଛୁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0