spot_img

ଇଣ୍ଡିଆନ ସୁପରଲିଗରେ ଆଜି ମୁହାଁ ମୁହିଁ ହେବେ ମୁମ୍ବାଇ ସିଟି ଓ ନର୍ଥ ଇଷ୍ଟ ୟୁନାଟେଡ

ଗୋଆ: ଇଣ୍ଡିଆନ ସୁପରଲିଗର ଆଜି ହେଉଛି ଦ୍ୱିତୀୟ ମ୍ୟାଚ । ତେବେ ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଓ ନର୍ଥ ଇଷ୍ଟ ୟୁନାଇଟେଡ ପରସ୍ପରକୁ ଭେଟିବେ । ଉଭୟ ଦଳ ଆଜିର ମ୍ୟାଚକୁ ଜିତି ଚଳିତ ବର୍ଷ ସୁପରଲିଗରେ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷରେ ଅଛନ୍ତି । ଏଥର ମୁମ୍ବାଇ ଦଳରେ ୧୯ଜଣ ନୂଆ ଖେଳାଳି ସାମିଲ ହୋଇଛନ୍ତି । ସ୍ପାନିଶ କୋଚ ସର୍ଗିଓ ଲୋବେରାଙ୍କ ତତ୍ତ୍ୱାବଧାନରେ ମୁମ୍ବାଇର ଭାଗ୍ୟ ବଦଳିବ ବୋଲି ଆଶା କରାଯାଉଛି । ପୂର୍ବରୁ ଲୋବେରା ଏଫସି ଗୋଆକୁ ୨୦୧୯ରେ ସୁପରକପ ଚାମ୍ପିୟନ କରାଇଥିଲେ । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଏକ ଆକର୍ଷଣୀୟ ମ୍ୟାଚ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular