ମୁମ୍ବାଇ: ସାମ୍ନାକୁ ଆସିଲା ସଲମାନଙ୍କ ଅପକମିଙ୍ଗ ଫିଲ୍ମ ‘ଅନ୍ତିମ, ଦ ଫାଇନାଲ ଟ୍ରୁଥ’ର ପ୍ରଥମ ଲୁକ । ଏହି ଫଟୋ ତାଙ୍କ ଭିଣେଇ ଆୟୁଷ ଶର୍ମା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରରେ ଦବଙ୍ଗ ଖାନ ଏକ ଶିଖ ପୋଲିସ ଭାବେ ନଜର ଆସିବେ ।

ଏହି ପୋଷ୍ଟ ରେ ଆୟୁଷ କ୍ୟାପସନ ଦେଇଛନ୍ତି ‘ଭାଇକା ଫାଷ୍ଟ ଲୁକ’ । ତେବେ ଫଟୋରେ ସଲମାନ ବ୍ଲୁ କର୍ଲର ସାର୍ଟ ସହ ମୁଣ୍ଡରେ ପଗଡ଼ି ପିନ୍ଧିଛନ୍ତି । ତେବେ ଗେଟଅଫରୁ ଯାହା ଜଣା ପଡ଼ୁଛି ଫିଲ୍ମରେ ପୁଣି ଭାଇଜାନଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିବ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ଖୁବ ଉସôାହିତ ଅଛନ୍ତି ।

ଏହି ଫିଲ୍ମର ସୁଟିଂ ମୁମ୍ବାଇରେ ହେଉଥିବା ବେଳେ ଏଥିରେ ସଲମାନଙ୍କ ସହ ଆୟୁଷ ଶର୍ମା ଓ ନୀକତୀନ ଧୀର ମଧ୍ୟ ନଜର ଆସିବେ । ତେବେ ଆୟୁଷ ଏଥିରେ ଜଣେ ଗ୍ୟାଙ୍ଗଷ୍ଟାର ଭାବେ ନଜର ଆସିବେ । ଯେଉଁ ଥିରେ ଆୟୁଷ ସଲମାନଙ୍କ ପ୍ରତିଦ୍ୱନ୍ଦି ରୂପେ ନଜର ଆସିବେ । ଫିଲ୍ମଟି ମରାଠୀ ଚଳଚ୍ଚିତ୍ର ‘ମୁଲସି ପାଟ୍ରାନ’ ର ହୀନ୍ଦୀ ରିମେକ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0