ନାଗାଲାଣ୍ଡରେ ହିଂସାକୁ ନେଇ ଆଜି ସଂସଦରେ ତାତି ଦେଖିବାକୁ ମିଳିଥିଲା। ଏହି ପ୍ରସଙ୍ଗରେ ବିରୋଧୀ ହୋହଲ୍ଲା କରିଥିଲେ। ତେବେ ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ବୟାନ ରଖିଥିଲେ। ନାଗାଲାଣ୍ଡରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୧୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ନେଇ କେନ୍ଦ୍ର ସରକାର ଗଭୀର ଦୁଃଖିତ ବୋଲି ଅମିତ ଶାହ କହିଛନ୍ତି । ଆସାମ ରାଇଫଲ ସେନାର ଗୁଳିମାଡ଼ରେ ୧୪ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ସଂପୃକ୍ତ ଅଞ୍ଚଳର ଲୋକେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ସୁରକ୍ଷା ଯବାନ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀ ଭାବି ସେନା ପକ୍ଷରୁ ଗୁଳି ଚଳାଯାଇଥିଲା। ଏଥିରେ ସେନା ଦୁଃଖ ପ୍ରକାଶ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଛି। ଏହି ପ୍ରସଙ୍ଗରେ ବରିଷ୍ଟ ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଏହି ଘଟଣାରେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୩୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ତେବେ ଏଭଳି ନାରକୀୟ ଘଟଣାର ଯେମିତି ପୁନରାବୃତି ନହୁଏ ଏଥିପ୍ରତି ପ୍ରତି ସୁବୁ ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଥିବା ଅମିତ୍ ଶାହ କହିଛନ୍ତି। ଆଜି ନାଗାଳାଣ୍ଡ ହିଂସା ଘଟଣାରେ ତଦନ୍ତ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ବିରୋଧୀ ଦାବି କରିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0