spot_img

ପାକିସ୍ତାନ ପାଇଁ ତାଳି ମାରି ହଟହଟା ହେଲେ ସାନିଆ

ୟୁଏଇରେ ଜାରି ରହିଥିବା ଟି 20 ଯାତ୍ରାରୁ ପାକିସ୍ତାନର ଅଭିଯାନ ଶେଷ ହୋଇଛି | ଗତକାଲି ହୋଇଥିବା ମ୍ୟାଚରେ ପାକିସ୍ତାନକୁ ହରାଇଛି ଅଷ୍ଟ୍ରେଲିଆ | ଏଥିପାଇଁ ପାକିସ୍ତାନରେ ମଧ୍ୟ ଏହାକୁ ନେଇ ସମସ୍ତଙ୍କ ମନ ଭାଙ୍ଗିଯାଇଛି | କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହାରି ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସାନିଆ ମୀର୍ଜାଙ୍କ ଏକ ଭିଡିଓ | ଯେଉଁଥିରେ ତାଙ୍କୁ ପାକିସ୍ତାନ ପାଇଁ ତାଳି ମାରୁଥିବାର ଦେଖାଯାଇଛି | ଏହାକୁ ନେଇ ଭାରତର କିଛି ୟୁଜର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି | ଜଣେ ୟୁଜର୍ସ କହିଛନ୍ତି ସେଇ ପାକିସ୍ତାନରେ ସବୁଦିନ ପାଇଁ ରହି ଯାଅ ଆଉ ଭାରତକୁ ଫେରିବା ଦରକାର ନାହିଁ | ଆଉ ଜଣେ ୟୁଜର୍ସ ସାନିଆଙ୍କ ସପକ୍ଷରେ ବାହାରିଛନ୍ତି | ସେ କହିଛନ୍ତି ସାନିଆ ଭାରତ ପାଇଁ ଅନେକ ଗୌରବ ଆଣିଦେଇଛନ୍ତି | ତାଙ୍କୁ ଏଭଳି କହିବା ଆମର ଠିକ ହେଉନାହିଁ | ସୂଚାନଯୋଗ୍ୟ ଯେ ପାକିସ୍ତାନର ସୋଏବ ମଲିକଙ୍କୁ ବିବାହ କରିଛନ୍ତି ସାନିଆ ମିର୍ଜା |

LEAVE A REPLY

Please enter your comment!
Please enter your name here

- Advertisment -

Most Popular