କଂଗ୍ରେସ ନେତା ରାଶିଦ ଅଲବୀଙ୍କ ବୟାନକୁ ନେଇ ଚାଲିଛି ତୁମ୍ବିତୋଫାନ | ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହେଉଛି | ଏହି 10 ସେକେଣ୍ଡର ଭିଡିଓରେ ଅନେକ ବିଜେପି ନେତା ତାଙ୍କୁ ଆକ୍ଷେପ କରିଛନ୍ତି | ରାଶିଦ ଅଲବୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି ବିଜେପି ନେତା କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାଶିଦ | ଉତ୍ତରପ୍ରଦେଶର ସମ୍ଭଳରେ କଂଗ୍ରେସ ନେତା ରାଶିଦ ଅଲବୀ ଏକ ସଭାରେ ଯୋଗ ଦେଇ କହିଥିଲେ ଯେଉଁ ମାନେ ଜୟ ଶ୍ରୀରାମ କହନ୍ତି ସେମାନେ ରାକ୍ଷସ | ଏହା ଏକ ହିନ୍ଦୁ ବିରୋଧୀ ନାରାବାଜି କହି ବିଜେପି ଟାର୍ଗେଟ କରିଛି | ରାଶିଦ ଅଲବୀ କହିଛନ୍ତି ଯେ ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା କାହାକୁ ଆଘାତ ଦେବା | ସେ କହିଥିଲେ ମୁଁ ରାମାୟଣର ସେହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲି ଯେଉଁଠି ହନୁମାନ ଜଡିବୁଟି ନେଇ ଆସିବା ବେଳେ ଜଣେ ରାକ୍ଷସ ସନ୍ତ ବେଶରେ ଆସି ଯେ ଶ୍ରୀରାମ କହିଥିଲେ |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0