ବ୍ୟୁରୋ ରିପୋର୍ଟ: ଖୁବ ଶୀଘ୍ର ସୁଟିଂ ସେଟ୍ କୁ ଫେରିବେ କ୍ୟାନସରରେ ପୀଡିତ ବଲିଉଡ୍ ଷ୍ଟାର ସଂଜୁବାବା । କ୍ୟାନସର ପାଇଁ କିଛି ଦିନ ବ୍ରେକ ନେଇଥିବା ସଞ୍ଜୟ ଦତ ପୁଣି ସେଟ୍ କୁ ଫେରିବା ପାଇଁ ସଜବାଜ ହେଉଛନ୍ତି । ବହୁଦିନ ପରେ ତାଙ୍କୁ ମୁମ୍ବାଇ ବାନ୍ଦ୍ରାର ଏକ ସେଲୁନରେ ଦେଖିବାକୁ ମିଳିଛି । ସେଲିବ୍ରିଟି ହେୟାରଷ୍ଟାଇଲିଷ୍ଟ ଆଲିମ୍ ହକିମ୍ ଙ୍କ ସେଲୁନକୁ ଚୁଟି କାଟିବା ପାଇଁ ଆସିଥିଲେ ସଂଜୟ ଦତ । ସଂଜୁ ବାବା ଚୁଟି କାଟିବା ସମୟର ଏହି ଭିଡିଓକୁ ସେୟାର କରିଛନ୍ତି ଆଲିମ୍ । ଏହି ଭିଡିଓରେ ସଂଜୟ ଦତ କହିଛନ୍ତି କି, ତାଙ୍କର କ୍ୟାନସରର ସଫଳ ଚିକିତ୍ସା ଚାଲିଛି, ଖୁବ ଶୀଘ୍ର ସେ ସୁସ୍ଥ ହୋଇ କାମକୁ ଫେରିବେ । ଏହାସହ ସେ କହିଛନ୍ତି କି ତାଙ୍କ ଜୀବନକୁ ଏକ ଭୟଙ୍କର କଳାବାଦଲ ଚାଲିଆସିଛି, ତେବେ ସେ ତାକୁ ପରାସ୍ତ କରିବ । ଖୁବ ଶୀଘ୍ର ସେ କ୍ୟାନସରରୁ ମୁକ୍ତ ହେବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0