spot_img

ଆଜିଠୁ ଖୋଲିବ ସିନେମା ହଲ

ନୂଆଦିଲ୍ଲୀ: ଦୀର୍ଘ ୭ମାସର ପ୍ରତିକ୍ଷା ପରେ ଦେଶରେ ଆଜିଠୁ ଖୋଲିବ ସିନେମା ହଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି ହୋଇଛି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସହ ଡ଼ିଜିଟାଲ ପେମେଣ୍ଟକୁ ଦିଆଯାଇଛି ଗୁରୁତ୍ୱ । ଗାଇଡଲାଇନକୁ ମାନି ଚାଲିବ ସିନେମା ହଲ୍ । ଏଥିରୁ ବିଚ୍ୟୁତ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଯେ ଅକ୍ଟୋବର ୧୫ ପରେ ସିନେମା ହଲ୍, ମନୋରଞ୍ଜନ ପାର୍କ, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯିବ । ଆଜିଠାରୁ ଦେଶର ୧୦ଟି ରାଜ୍ୟ ଏବଂ ୪ଟି ୟୁନିଅନର ମଲ୍ଟିପ୍ଲେକ୍ସ ଖୋଲୁଛି । ଗୁରୁବାର ଠାରୁ ଏହାର ୪୮୭ଟି ପରଦାରେ ଫିଲ୍ମ ଦେଖିପାରିବେ ଦର୍ଶକ । ୫୦ ପ୍ରତିଶତ କ୍ଷମତା ସହ ସିନେମାହଲ୍, ଥିଏଟର ଓ ମଲ୍ଟି ପ୍ଲେକ୍ସ ଖୋଲାଯିବ । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ହଲ୍ ମଧ୍ୟକୁ ପ୍ୟାକେଟ୍ ଖାଦ୍ୟ ନେବାକୁ ଅନୁମତି ଦିଆଯାଇଛି । ତେବେ ଓଡ଼ିଶାରେ ସିନେମା ହଲ୍ ଖୋଲିବାକୁ ସରକାର ଅନୁମତି ଦେଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular