spot_img

‘ସାଥ ନିଭାନା ସାଥିୟା ୨’ର ପ୍ରଥମ ପ୍ରମୋ ରିଲିଜ

ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ଶୋ ‘ସାଥ ନିଭାନା ସାଥିୟା’ ରେ ଦର୍ଶକମାନଙ୍କ ଠାରୁ ଭରପୁର ଭଲପାଇବା ମିଳିସାରିବା ପରେ ଏହି ଶୋ ବହୁତ ଲୋକପ୍ରିୟତା ହାସଲ କରିିଥିଲା । କିଛି ଦିନ ତଳେ ଏହାର ଏକ ଦୃଶ୍ୟ ଭାଇରାଲ ମଧ୍ୟ ହୋଇଥିଲା ଏବଂ ଏହି ସିରିଏଲର ଲୋକପ୍ରିୟତାକୁ ଦେଖି ସିରିଏଲର ନିର୍ମାତା ଏହାର ଦ୍ୱିତୀୟ ଏପିସୋଡ଼ ଆରମ୍ଭ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଦ୍ୱିତୀୟ ଏପିସୋଡ଼ର ଘୋଷଣା ପରେ ଦର୍ଶକମାନଙ୍କ ମନରେ ଅନେକ ଉତ୍କଣ୍ଠା ଦେଖବାକୁ ମିଳିଛି ।
‘ସାଥ ନିଭାନା ସାଥିୟା ୨’ର ପ୍ରଥମ ପ୍ରମୋ ରିଲିଜ ହୋଇସାରିଛି ଏବଂ ଖୁବ ଶିଘ୍ର ଏହା ଦର୍ଶକ ମାନଙ୍କର ମନୋରଞ୍ଜନ କରିବ ବୋଲି ଆଶା କରାଯାଉଛି । ଏହି ସିରିଏଲରେ ମୁଖ୍ୟ ଭୁମିକାରେ ଅଭିନୟ କରିବେ ଦେବୋଲିନା ଭଟ୍ଟାଚାର୍ଯ୍ୟ । ‘ଲୋକପ୍ରିୟତା ଯୋଗୁଁ ଆମେ ପୁଣି ଥରେ ଆସିଛୁ’ ବୋଲି ପ୍ରମୋ ରିଲିଜ କରିବା ସମୟରେ ସେ ଏହା ଲେଖିଛନ୍ତି ।

 

ପ୍ରମୋ ଭିଡ଼ିଓରେ ଦେବୋଲିନା ଗୋଲାପୀ ରଙ୍ଗର ଶାଢୀ ସହିତ ହାତରେ ପୂଜା ଥାଳି ଧରିଥିବା ନଜର ଆସିଛନ୍ତି । ସୂଚନା ମୁତାବକ ‘ସାଥ ନିଭାନା ସାଥିୟା’ ରେ ଗୋପି ନାମକ ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ଗୋପି ବୋହୁ ଭୁମିକାରେ ସେ ବହୁତ ଲୋକପ୍ରିୟ ହୋଇଥିଲେ । ‘ସାଥ ନିଭାନା ସାଥିୟା ୨’ରେ ଦେବୋଲିନାଙ୍କର ଅପୋଜିଟ ସିଦ୍ଧାର୍ଥ ଶୁଳ୍କା ଭୂମିକାରେ ଅଭିନୟ କରିବେ ବୋଲି ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular