କଟକ: କଟକ ବଡ ଡାକ୍ତରଖାନାରେ ଆଇସୋଲେସନ୍ ୱାର୍ଡରେ ଡାଏଲିସିସ୍ ରୋଗୀଙ୍କ ପାଇଁ ମିଳିବ ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିପାଇଁ କୋଲକତାରୁ ସ୍ୱତନ୍ତ୍ର ୩ଜଣ ଇଂଞ୍ଜିନିୟର ଆଜି କଟକରେ ପହଞ୍ଚି କାମ ଆରମ୍ଭ କରିଛନ୍ତି । ସୂଚନା ମୁତାବକ, କଟକ ଏସସିବି ରେ ଡାଏଲିସିସ୍ ଚିକିତ୍ସା ପାଇଁ ୩ଟି ଆରଓ ପ୍ଲାଣ୍ଟ ମେସିନ୍ ବସାଯିବ । ଯେଉଁଥିରେ ସପ୍ତାହକୁ ୩୦ ଜଣ ଡାଏଲିସିସ୍ ରୋଗୀ ଚିକିତ୍ସା ହୋଇପାରିବେ । କିଡ୍ନି ରୋଗୀ ମଧ୍ୟ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ହେଉଥିବାରୁ ସେମାନଙ୍କ ଡାଏଲିସିସ୍ କୁ ନେଇ ସମସ୍ୟା ସୃଷ୍ଟି ହେଉଛି । ଭୁବନେଶ୍ୱର, କଟକ, କୋଭିଡ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାଏଲିସିସ୍ ରୋଗୀ ହନ୍ତସନ୍ତ ହେଉଥିଲେ । ଶେଷରେ ଗତ ସପ୍ତାହରୁ ଏସସିବି ନେଫ୍ରୋଲୋଜି ବିଭାଗରେ କରୋନା ସଂକ୍ରମିତଙ୍କ ଡାଏଲିସିସ୍ ଆରମ୍ଭ କରାଯାଇଛି । ଖୁବଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0