ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଉପରମୁହାଁ ହେଉଛି କରୋନା ଗ୍ରାଫ୍ । ଜିଲ୍ଲାରେ ସର୍ବାଧିକ ଆଜି ଗୋଟିଏ ଦିନରେ ୯୩ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ୍ ସଂଖ୍ୟା ୫୮୧ରେ ପହଞ୍ଚିଛି । ତେବେ ଏପର୍ଯ୍ୟନ୍ତ ୨୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଜିଲ୍ଲାରେ ୩୬୨ ଜଣ କରୋନାର ସକ୍ରିୟ ସଂକ୍ରମିତ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଜିଲ୍ଲା ପ୍ରଶାସନ ଦେଇଥିବା ତଥ୍ୟ ଅନୁସାରେ ଷ୍ଟେସନ ପଡାରେ ସଂଖ୍ୟା ବଢୁଛି । ଏହା ସହ ଓଏସଏପିର ଜଣେ ଯବାନ ଆଜି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0