spot_img

ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ୍ୟୁ

ବାଲିକୁଦା: ଜଗତସିଂପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବାଲିକୁଦା ଥାନାର ବରଦିଆ ଟାୱାରରେ ଚଢି କାମ କରିବା ବେଳେ ବିଦ୍ୟୁତ ଆଘତରେ ଜଣେ ଠିକା କର୍ମଚାରୀ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ, ଗତକାଲି ପ୍ରଦୀପ ଦଳାଇ ନାମକ ଜଣେ ଠିକା କର୍ମଚାରୀ ଅନନ୍ତପୁର ଫାଣ୍ଡି ଅଞ୍ଚଳରେ ଥିବା ବିଏସଏନଏଲ ଟାୱାର ଉପରେ ଚଢି ମରାମତି କାମ କରୁଥିଲେ । ଏହି ସମୟରେ ହଠାତ୍ ସେଠାରେ ବିଦ୍ୟୁତ ପ୍ରଭାବିତ ହେବା ଫଳରେ ପ୍ରଦୀପ ଦଳାଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଗତସିଂପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular