ସେପ୍ଟେମ୍ବରରୁ ଖୋଲିପାରେ ସ୍କୁଲ । ଏନେଇ ଏକ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମେ ଦଶମରୁ ଦ୍ୱାଦଶ ଏବଂ ପରେ ଷଷ୍ଠରୁ ନବମ ପିଲାଙ୍କ ପାଇଁ ସ୍କୁ ଖୋଲିବାକୁ ଯୋଜନା କରୁଛି କେନ୍ଦ୍ର । ସେପ୍ଟେମ୍ବର ପହିଲାରୁ ନଭେମ୍ବର ୨ୟ ସପ୍ତାହ ଭିତରେ ସ୍କୁଲ ଖୋଲିବାକୁ ଏକ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କେନ୍ଦ୍ର ଶିକ୍ଷା ବିଭାଗ କରିଥିବା ସର୍ଭେରୁ ଜଣା ପଡିଛି କରୋନା ଯୋଗୁଁ ପିଲାମାନଙ୍କୁ ସ୍କୁଲ ଛାଡିବା ପାଇଁ ବାପା ମା ମାନେ ଇଚ୍ଚୁକ ନୁହନ୍ତି । କିନ୍ତୁ କେତେକ ରାଜ୍ୟ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଯେହେତୁ ଅର୍ଥନେତିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀ କୋଭିଡ ସ୍ଥିତିରେ ଅନଲାଇନ ସୁବିଧା ନଥିବାରୁ ପାଠ ପଢାରେ ବହୁତ ପଛରେ ପଡିଯାଇଛନ୍ତି । ସେଥିପାଇଁ ସ୍କୁଲ ଆରମ୍ଭ କରିବାକୁ କେତେକ ରାଜ୍ୟ ଦାବି କରୁଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0