ଭୁବନେଶ୍ୱର: ୨୮ ଦିନ ପୂର୍ବେ ଭାରତ ଆରମ୍ଭ କରିଥିବା କୋଭିଡ୍-୧୯ ଟିକାକରଣ ଅଭିଯାନରେ ‘ପ୍ରଥମ ଡୋଜ’ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଆଜି ‘ଦ୍ୱିତୀୟ ଡୋଜ୍’ ଦିଆଯିବ। ଏଥିନିମନ୍ତେ ସ୍ୱୟଂକ୍ରିୟ ‘ଏସଏମଏସ’ ପ୍ରେରଣ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ସିଧାସଳଖ ଫୋନ କଲ ମଧ୍ୟ ଯାଇଛି। ସରକାରୀ ବିଶେଷଜ୍ଞମାନେ କହିଛନ୍ତି, ‘ପ୍ରଥମ ଡୋଜ’ ଟିକା ନେଇଥିବା ଲୋକମାନେ ଠିକ ୨୮ ଦିନ ପରେ ‘ଦ୍ୱିତୀୟ ଡୋଜ’ ଟିକା ନେବା ଆବଶ୍ୟକ, କିନ୍ତୁ ୨୮ ଦିନ ପରେ ମଧ୍ୟ ହିତାଧିକାରୀଙ୍କୁ ଆହୁରି ଅଧିକ ଦୁଇ ସପ୍ତାହ ସମୟ ଦିଆଯାଇ ପାରିବ। ଅର୍ଥାତ କୋଭିଡ୍-୧୯ ଟିକାର ‘ପ୍ରଥମ ଡୋଜ’ ନେବାର ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ନେଇ ହେବ।୨୦୨୧ ଜାନୁଆରୀ ୧୬ରେ ଶୁଭାରମ୍ଭ ହୋଇଥିବା କୋଭିଡ-୧୯ ଟିକାକରଣ ଅଭିଯାନରେ ସମଗ୍ର ଦେଶରେ ୨୦୨,୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ‘ପ୍ରଥମ ଡୋଜ’ ଟିକା ଦିଆଯାଇଥିଲା।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0