ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷିତ ଯାତ୍ରା ନିମନ୍ତେ ଗୋଟେ ମାସ ପୂର୍ବରୁ ବୋଇଙ୍ଗ-୭୭୭ ଏୟାର ଇଣ୍ଡିଆ ୱାନ ସ୍ୱତନ୍ତ୍ର ବିମାନ ଭାରତରେ ପହଁଞ୍ଚିଥିଲା । ତେବେ ବୋଇଙ୍ଗ-୭୭୭ ଏୟାର ଇଣ୍ଡିଆ ୱାନର ଦ୍ୱିତୀୟ ସ୍ୱତନ୍ତ୍ର ବିମାନ ଆଜି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି । ସୂଚନା ଅନୁସାରେ, ଏୟାର ଇଣ୍ଡିଆ ୱାନ ଏକ ଉନ୍ନତ ତଥା ସୁରକ୍ଷିତ ଯୋଗାଯୋଗ ପ୍ରଣାଳୀ ସହିତ ସଜ୍ଜିତ ହୋଇଛି ଯାହା ଅଡିଓ ଏବଂ ଭିଡିଓ ଯୋଗାଯୋଗ କାର୍ଯ୍ୟକୁ ବିନା କୌଣସି ବଧରେ ସମ୍ପନ୍ନ କରିଥାଏ । ଏଥିରେ କୌଣସି ତଥ୍ୟ ହ୍ୟାକିଂ କିମ୍ବା ଟ୍ୟାପ ହେବାର ସମ୍ଭାବନା ନାହିଁ । ଏଥିରେ ଉନ୍ନତ ପ୍ରତିରକ୍ଷା ପ୍ରଣାଳୀ ଖଞ୍ଜା ଯାଇଛି ଏବଂ ଭାରତୀୟ ବାୟୁସେନା ପାଇଲଟଙ୍କ ଦ୍ୱାରା ଏହା ପରିଚାଳିତ ହେବ ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0