ଅନୁଗୋଳ : ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲକୁ ଆସି ଚାଲିଗଲା ହାତୀର ଜୀବନ । ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ କଦଳୀମୁଣ୍ଡା ଗାଁରେ । ଆଜି ସକାଳେ କଦଳୀମୁଣ୍ଡା ଗାଁ ନିକଟକୁ ଗୋଟିଏ ହାତୀ ପଲ ଆସିଥିଲା। ପରେ ହାତୀ ପଲ ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା। ତେବେ ସେମାନଙ୍କ ଭିତରୁ ଗୋଟିଏ ଦନ୍ତା ହାତୀଟି ଯାଇପାରିନଥିଲା। ଚାଳିପାରୁ ନଥିବାରୁ ହାତୀଟି ଗାଁ ନିକଟ ପୋଖରୀ ପାଖରେ ରହିଯାଇଥିଲା। ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଏକ ଟିମ ପ୍ରାଣୀ ଚିକିତ୍ସକଙ୍କ ସହ କଦଳୀମୁଣ୍ଡା ଗାଁରେ ପହଞ୍ଚିଥିଲା। ହାତୀ ଅସୁସ୍ଥତାର କାରଣ ଜାଣିବା ପାଇଁ ଉଦ୍ୟମ କରିବା ସହିତ ଖାଦ୍ୟ ଓ ପାନୀୟ ଯୋଗାଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେହି ଅସୁସ୍ଥ ହାତୀର ମୃତ୍ୟୁ ହୋଇ ଯାଇଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0