ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ପରେ ଆଜି ବିଧାନସଭାରେ ଅଗ୍ନିପରୀକ୍ଷା ଦେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। ଜେଜେପି ସହ ମେଣ୍ଟ କରି ହରୟାଣାରେ ବିଜେପି ସରକାର ଗଢ଼ିଛି। ହେଲେ ଜେଜେପି ବିଧାୟକ ଏବେ ବିଜେପି ବିରୋଧରେ ମେଳି କରୁଥିବାରୁ ସରକାର ଭାଙ୍ଗିବା ଆଶଙ୍କା ଦେଖାଯାଇଛି। ବିରୋଧୀ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଆଜି ବିଧାନସଭାରେ ଆଲୋଚନା ହେବ। ଏହା ବାଦ ଭୋଟିଂ ମଧ୍ୟ ହୋଇପାରେ। ତେବେ ବହୁମତ ସାବ୍ୟସ୍ତ କରିବା ଖଟ୍ଟର ସରକାର ପ୍ରତି କଷ୍ଟକର ହେବ। ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବାରୁ ଗୃହରେ ସମସ୍ତ ବିଜେପି ବିଧାୟକ ଉପସ୍ଥିତ ରହିବାକୁ ରୁଲିଂ ଜାରି କରାଯାଇଛି। ଚାଷୀ ଆନ୍ଦୋଳନକୁ ନେଇ ବିଜେପି ବିରୋଧରେ ଜନମତ ରହିଥିବାରୁ ଜେଜେପି ସରକାରଙ୍କ ହାତ ଛାଡ଼ିଦେବା ଦରକାର ବୋଲି ଜେଜେପି ବିଧାୟକ ଦେବେନ୍ଦ୍ର ବବ୍ଲି ମତ ଦେଇଥିଲେ। ଜେଜେପିର ବିଜେପି ବିରୋଧୀ ଏଭଳି ମତ ଯୋଗୁ ଅନାସ୍ଥା ପ୍ରସ୍ତାବ ଉପରେ ସମସ୍ତଙ୍କ ନଜର ରହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0