ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେ ଆଜି ସକାଳେ ଧିମା ଗତିରେ ସେୟାର ମାର୍କେଟ୍ ଖୋଲିଛି । ମାର୍କେଟ୍ ଖୋଲିବା ପରେ କାରବାରରେ ପାଖାପାଖି ସାଢ଼େ ଦଶଟା ସମୟରେ ସେନସେକ୍ସ ଓ ନିଫ୍ଟିରେ ହ୍ରାସ ଦେଖିବାକୁ ମିଳିଥିଲା । ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୪୮ ହଜାର ୩୮୫.୨୮ ଅଙ୍କରେ ଖୋଲିଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୪ ହଜାର ୨୩୭.୯୫ ଅଙ୍କରେ ଖୋଲିଥିଲା । ପୂର୍ବ କାରବାର ଦିନ ସେନ୍ ସେକ୍ସ ୪୮,୩୪୭.୫୯ ପଏଣ୍ଟ ଏବଂ ନିଫ୍ଟି ୧୪,୨୩୮.୯୦ ପଏଣ୍ଟରେ ବନ୍ଦ ହୋଇଥିଲା । ସକାଳ କାରବାରରେ ସେନସେକ୍ସ ଏବଂ ନିଫ୍ଟି ଉଭୟରେ ହ୍ରାସ ପାଇଥିଲା । ୧୦.୩୦ ସମୟରେ ସେନସେକ୍ସରେ ୩୯୮.୮୪ ହ୍ରାସ ଘଟି ୪୭,୯୪୮.୭୫ରେ ପହଞ୍ଚିଥିଲା । ସେହିପରି ନିଫ୍ଟିରେ ୧୦୫.୭୦ ଅଙ୍କ ହ୍ରାସ ପାଇ ୧୪,୧୩୩.୨୦ ଅଙ୍କରେ ରହିଥିଲା । ଆଜି ସେନସେକ୍ସର ୩୦ଟି ବଡ଼ କମ୍ପାନୀରୁ ମାତ୍ର ୧୦ଟି କମ୍ପାନୀର ସେୟାର ମୂଲ୍ୟରେ ବୃଦ୍ଧି ହୋଇଥିବା ବେଳେ ବାକି ୨୦ ଟିରେ ହ୍ରାସ ଦେଖିବାକୁ ମିଳିଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0