ଭୁବନେଶ୍ବର : ଚଳିତ ବର୍ଷ କେନ୍ଦ୍ରୀୟ ଟିକସରେ ଅଂଶ ପ୍ରାୟ ୧୦,୮୪୦ କୋଟି ଟଙ୍କା ହ୍ରାସ ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ସାମ୍ନାରେ ଯେଉଁ ବଜେଟ ରଖିଛନ୍ତି, ତାହା ସୂଚାଇ ଦେଉଛି ଯେ ଓଡ଼ିଶା ଆସନ୍ତାବର୍ଷ ମଧ୍ୟ ଆକଳନ ଠାରୁ ପାଖାପାଖି ୩ ହଜାର କୋଟି ଟଙ୍କା କମ ପାଇବ। ଏହି ପରିମାଣ ବଢ଼ିପାରେ। ରାଜ୍ୟ ଆଶା କରୁଥିଲା; ଆସନ୍ତାବର୍ଷ ୩୩ହଜାର କୋଟି ଟଙ୍କା କେନ୍ଦ୍ରୀୟ ସୂତ୍ରରୁ ମିଳିବ। କିନ୍ତୁ ବଜେଟ ଦେଖିବା ପରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଯେଉଁ ହିସାବନିକାସ କରିଛି, ତାହା ସୂଚାଇ ଦେଲାଣି, ଏହି ଅର୍ଥ ରାଶି ୩୦ ହଜାର କୋଟି ଟଙ୍କା ଟପିବ ନାହିଁ। କେବଳ ସେତିକି ନୁହେଁ, ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଓ କେନ୍ଦ୍ର ସରକାରଙ୍କ ବଜେଟରୁ ଅର୍ଥନୀତିଜ୍ଞମାନଙ୍କୁ ଆଉ ଗୋଟିଏ ସାଂଘାତିକ ସଙ୍କେତ ମିଳୁଛି। ତାହା ହେଲା, କ୍ରମାଗତ ଭାବେ ଅର୍ଥ କମିସନଙ୍କ ସୁପାରିସରେ ରାଜ୍ୟର କ୍ଷମତାକୁ ଧୀରେ ଧୀରେ ସଙ୍କୁଚିତ କରିଦିଆଯାଉଛି। ଏଥର କମିସନ ଆଉ ପାଦେ ଆଗକୁ ଯାଇ ପୌରସଂସ୍ଥା ଓ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ୪୦ ପ୍ରତିଶତ ଅର୍ଥ ଅନାବଦ୍ଧ ପାଣ୍ଠି ଭାବେ ଖର୍ଚ୍ଚ କରିବାର ସୁଯୋଗ ରଖିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0