ସମସ୍ତ ପ୍ରକାରର ଗୀତକୁ ଗାଇପାରୁଥିବା ଗାୟିକାଙ୍କ ସଂଖ୍ୟା ଖୁବ୍ କମ୍ । ସେପରି ଜଣେ ଗାୟିକା ହେଉଛନ୍ତି ଋଚା ଶର୍ମା । ତାଙ୍କର ଚମତ୍କାର ଗାୟନ ଶୈଳୀ ଯୋଗୁଁ ସେ ସାରା ଭାରତ ତଥା ଭାରତ ବାହାରେ ସେ ଏକ ପରିଚିତ ନାମ । ସୁରର ମଲ୍ଲିକା ୠଚା ନିଜ ଟ୍ୟାଲେଣ୍ଟରେ ନିଜ ପାଇଁ ବଲିଉଡ଼ରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତ୍ରିଆର କରିବାରେ ସମର୍ଥ ହୋଇଛନ୍ତି । କିନ୍ତୁ ଏକ ସମୟରେ ସେ ଖୁବ୍ ସଂଘର୍ଷ କରିଥିଲେ । ସେ ସଙ୍ଗୀତ ସହ ଜଡ଼ିତ ଥିବା ଏକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଦୟାଶଙ୍କର ଶର୍ମା ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଥିଲେ । ଋଚାଙ୍କ ଜନ୍ମ ପରେ ତାଙ୍କ ପିତା ତାଙ୍କର ପ୍ରତିଭାକୁ ଚିହ୍ନି ପାରିଥିଲେ । କିନ୍ତୁ ଋଚା ତାଙ୍କ ପିତାଙ୍କ ଭାବନାରୁ ଦୁଇ ପାଦ ଆଗରେ ଥିଲେ । ୧୦ ବର୍ଷ ବୟସରେ ସେ ଜାଗରଣରେ ଗାଇ ୧୧ ଟଙ୍କା ପାଉଥିଲେ । ପରେ ୧୯୯୫ ମସିହାରେ ତାଙ୍କ ଜୀବନରେ ଏକ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା । ସେ ମୁମ୍ବାଇରେ ଭଜନ ଗାଉଥିବା ସମୟରେ ତାଙ୍କୁ ‘ସଲମା ପର୍ ଦିଲ୍ ଆ ଗୟା’ ଚଳଚ୍ଚିତ୍ରରେ ଗାଇବାର ଅଫର ମିଳିଥିଲା । ଏହାପରେ ତାଙ୍କର ପ୍ଲେବ୍ୟାକ୍ ସିଙ୍ଗିଙ୍ଗ ଆରମ୍ଭ ହୋଇଥିଲା । ‘କଲ ହୋ ନା ହୋ’, ‘ଓମ୍ ଶାନ୍ତି ଓମ୍’, ‘ମାଇ ନେମ୍ ଇଜ୍ ଖାନ୍’ ଆଦି ଚଳଚ୍ଚିତ୍ରରେ ନିଜର ଯାଦୁ ଦେଖାଇଥିଲେ । ଆଇଟମ ଗୀତ ‘ବିଲ୍ଲୋ ରାନୀ’ ଜରିଆରେ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0