ମୁମ୍ବାଇ ୨୪/୧୦ : ଶିଳ୍ପା ସେଟ୍ଟୀ ନାଲି ଓ ସୁନେଲି ରଙ୍ଗର କୁର୍ତ୍ତୀ ପିନ୍ଧି ନିଜର ଏକ ଫଟୋ ସେୟାର କରିଛନ୍ତି। କ୍ୟାପ୍ସନରେ ସେ ଲେଖିଛନ୍ତି, ‘ସମସ୍ତଙ୍କୁ କରୱା ଚୌଥର ଶୁଭକାମନା। ଉପବାସ ରଖିଥିବା ମହିଳା, ଆପଣ ଓ ଆପଣଙ୍କ ସ୍ୱାମୀ ସୁସ୍ଥ, ସୁରକ୍ଷିତ ଓ ଖୁସିରେ ରୁହନ୍ତୁ।’ ନାଲି କୁର୍ତ୍ତୀ ସହ ସେ ମଥାରେ ସିନ୍ଦୁର ଓ ହାତରେ ନାଲି ଚୁଡ଼ି ମଧ୍ୟ ପିନ୍ଧିଛନ୍ତି। ଏହି ଗେଟଅପରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଛନ୍ତି।
ଶିଳ୍ପା ପ୍ରତି ବର୍ଷ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ କରୱା ଚୌଥ ପାଳନ କରନ୍ତି। କିନ୍ତୁ ଏଥର ବୋଧହୁଏ ସେ କୁନ୍ଦ୍ରାଙ୍କ ବିନା କରୱା ଚୌଥ ପାଳନ କରୁଛନ୍ତି। କାରଣ ରାଜ କୁନ୍ଦ୍ରା କେଉଁଠି ବି ନଜର ଆସୁ ନାହାନ୍ତି। ଗତ ବର୍ଷ ଶିଳ୍ପା ସେଟ୍ଟୀ ଇନଷ୍ଟାଗ୍ରାମରେ ରାଜ କୁନ୍ଦ୍ରାଙ୍କ ସହ କରୱା ଚୌଥ ପୂଜାର ଏକ ଭିଡିଓ ସେୟାର କରିଥିଲେ। ସେ କହିଥିଲେ ଯେ ରାଜ ମଧ୍ୟ ତାଙ୍କ ସହ ବ୍ରତ ପାଳନ କରନ୍ତି।କିଛି ଘଣ୍ଟା ପୂର୍ବରୁ ଶିଳ୍ପା ସେଟ୍ଟୀ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବଗିଚାରେ ପିଜୁଳି ଗଛ ତଳେ ନଜର ଆସିଛନ୍ତି। ଗଛରୁ ପାଚିଲା ପିଜୁଳି ତୋଳି ସେ ବହୁତ ଖୁସି ନଜର ଆସୁଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0