ଖୁବଶୀଘ୍ର ୱେବ ସିରିଜରେ ନଜର ଆସିବେ ଅଭିନେତ୍ରୀ ଶିଲ୍ପା ସିନ୍ଦେ । ବିଗ ବସ ୧୧ର ବିଜେତା ତଥା ଲୋକପ୍ରିୟ ଟେଲି ଅଭିନେତ୍ରୀ ଭାବେ ଜଣାଶୁଣା ଶିଳ୍ପା । ଏକତା କପୁରଙ୍କ ଓଟିଟି ପ୍ଲାଟଫର୍ମ ‘ଅଲଟ ବାଲାଜୀ’ ର ୱେବସିରିିଜ ‘ପୌରାଶପୁର’ରେ ଶିଲ୍ପା ରାନୀ ମେରାବତିଙ୍କ ଭୂମିକାରେ ନଜର ଆସବେ ଶିଳ୍ପା ।

ଏହି ଶୋ’ରୁ ତାଙ୍କର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଯାଇଛି। ଶିଳ୍ପା ନିଜେ ଇନଷ୍ଟାଗ୍ରାମରେ ଅଲଟ ବାଲାଜୀର ଆଗାମୀ ଶୋ’ର ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ତାଙ୍କର ଏକ ଝଲକ୍ ମଧ୍ୟ ଦେଖିବାକୁ ମିଳୁଛି।ଏହି ଭିଡିଓରେ ସେ ଜଣେ ରାଣୀଙ୍କ ପରି ବସ୍ତ୍ର ପିନ୍ଧି ଆସୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓରେ ଅଭିନେତା ଅନ୍ନୁ କପୁର ମଧ୍ୟ ଅଭିନୟ କରିଛନ୍ତି। ଶୋ ବିଷୟରେ ସେ କହିଛନ୍ତି, ‘ମୁଁ ଏହି ପ୍ରୋଜେକ୍ଟର ଅଂଶ ହୋଇଥିବାରୁ ବହୁତ ଉତ୍ସାହିତ, ଯାହା ଓଟିଟ ପ୍ଲାଟଫର୍ମରେ ଏକ ନୂତନ ଏବଂ ଅସ୍ପୃଶ୍ୟ କାହାଣୀ। ଏଥିରେ ମୋ ଚରିତ୍ରର ଅନେକ ଶେଡ୍ସ ରହିଛି, ଏବଂ ମୁଁ ରାଣୀ ମେରାବତୀ ଭୂମିକାରେ ପାଦ ଦେବାକୁ ବହୁତ ଉତ୍ସାହିତ ଅଛି।’



Visitors Today : 0
Total Visitors : 130423
Total Views : 9891953
Visitors Online Now : 0