୨୦୨୪ ଲୋସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ବିଭିନ୍ନ ରାଜ୍ୟକୁ ଗସ୍ତ କରି ବିରୋଧୀ ଦଳର ନେତାମାନଙ୍କୁ ଭେଟୁଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ରାଜନୀତି ଗତିବିଧି ଦେଖି ଶିବସେନା ଛାତି ଧଡ଼ଧଡ଼ ହେବାରେ ଲାଗିଛି। ମମତା ବୁଧବାର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ରୁଦ୍ଧ ଦ୍ୱାରା ବୈଠକ କରିବା ଓ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବୋଲି କିଛି ଆଉ ନାହିଁ କହିବା ପରେ ରାଜନୀତି ହଟଚମଟ ସୃଷ୍ଟି ହୋଇଛି। ତେବେ ମମତା ନିଜକୁ ବିରୋଧୀଙ୍କ ଚେହେରା ଓ ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରିନି ଶିବସେନା। ମହାରାଷ୍ଟ୍ର ଗସ୍ତରେ ଥିବା ମମତା ଶିବସେନାର ବରିଷ୍ଠ ନେତାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହା ସତ୍ତ୍ୱେ ଦଳର ସାଂସଦ ଅରବିନ୍ଦ ସାୱନ୍ତ ଟିଏମସିକୁ ପରୋକ୍ଷରେ ବାଣ ମାରିଛନ୍ତି। ସେ ସିଧାସଳଖ ମମତାଙ୍କୁ ଟାର୍ଗେଟ କରି ନାହାନ୍ତି। କିନ୍ତୁ ଉଦ୍ଧବ ଠାକରେଙ୍କ ପାଖରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ଥିବା କହିଛନ୍ତି। ଟିଏମସିକୁ ଜାତୀୟ ଦଳ ଭାବେ ପରିଚୟ ଦେଇ ଦିଲ୍ଲୀ ଦଖଲ କରିବାକୁ ମମତା ଚାହୁଁଥିବା କୁହାଯାଉଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିଦି ବିପୁଳ ସଫଳତା ପାଇବା ପରେ ଜାତୀୟ ସ୍ତରର ନେତ୍ରୀ ହେବାକୁ ମନ ବଳାଇଛନ୍ତି। ଏହିକ୍ରମରେ ସେ ମହାରାଷ୍ଟ୍ର ଆସି ବିଭିନ୍ନ ରାଜନୀତି ଦଳର ନେତାମାନଙ୍କୁ ଭେଟୁଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0