ବାରଣାସୀ: ଭାରତୀୟ ବାୟୁସେନାରେ ମହିଳା ଫାଇଟରଙ୍କ ଭର୍ତ୍ତି ଆରମ୍ଭ ହେବା ପରେ ରାଫେଲ ଉଡ଼ାଇବାର ପ୍ରଥମ ମୌକା ପାଇଛନ୍ତି ବନାରସର ଝିଅ ଶିବାଙ୍ଗୀ । ବିଏଚୟୁରୁ ଏନସିସି କରିବା ପରେ ଶିବାଙ୍ଗୀଙ୍କୁ ଏହି ସୌଭାଗ୍ୟ ମିଳିଛି । ଫ୍ରାନ୍ସରୁ ରାଫେଲ ଆସିବା ପରେ ଏହାକୁ କିଏ ଉଡ଼ାଇବ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ପୁରୁଷଙ୍କ ସହ ଏହାକୁ ମହିଳା ଉଡାଇପାରିବେ କି ନାହିଁ ବୋଲି ସଭିଙ୍କ ମନରେ ପ୍ରଶ୍ନ ଉଠିଥିଲା । କିନ୍ତୁ ଏବେ ଏହି ଚର୍ଚ୍ଚାରେ ରୋକ ଲଗାଇଛନ୍ତି ବନାରସର ଝିଅ ଶିବାଙ୍ଗୀ ।
ମହିଳା ଲଢ଼ୁଆ ପାଇଲଟ ଭାବେ ପାଇଲଟଙ୍କ ଦ୍ୱିତୀୟ ବ୍ୟାଚର ଅଂଶ ରୂପେ ୨୦୧୭ ମସିହାରେ ଭାରତୀୟ ବାୟୁସେନାରେ ପାଦ ଦେଇଥିଲେ ଶିବାଙ୍ଗୀ । ବାରଣାସୀ ଜିଲ୍ଲାର ମୂଳ ବାସିନ୍ଦା ପାଇଲଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ ବର୍ତ୍ତମାନ ପ୍ରଶିକ୍ଷଣ ନେଉଛନ୍ତି । ଖୁବ୍ ଶୀଘ୍ର ସେ ଅମ୍ବାଲାରେ ଥିବା ୧୭ ଗୋଲଡେନ୍ ଏରାରେ ସାମିଲ ହେବେ । ଏବେ ସେ ମିଗ୍-୨୧ ଉଡାଉଛନ୍ତି । ସେ ଅମ୍ବାଲାର ସର୍ବଶ୍ରେଷ୍ଠ ପାଇଲଟଙ୍କ ମଧ୍ୟରୁ ଅନ୍ୟତମ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହ ମଧ୍ୟ କାମ କରିଛନ୍ତି ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0