spot_img

ଡଙ୍ଗାକୁ ଡେଇଁ ବିୟର ପିଉଛି ମାଛ, ଭିଡିଓ ହେଉଛି ଭାଇରାଲ୍‌

ଆମେମାନେ ଛୋଟ ଥିବାବେଳେ ଅନେକ କବିତା ଶୁଣିଥାଉ । ଯେପରିକି “ମଛଲି ଜଲ କି ରାନି ହେ, ଜୀବନ ଉସକା ପାନି ହେ ।” ଏଥିସହ ବଡ ଲୋକମାନେ ଛୋଟ ପିଲାଙ୍କୁ ବୁଝାଇବା ପାଇଁ କହିଥାନ୍ତି, ମାଛ ଦେହରେ ହାତ ମାରିଲେ ଡର ଲାଗିବ । ଏମାନେ ବାହାରକୁ ବାହାରିଲେ ମଧ୍ୟ ମରିଯିବେ । ଏପରି ଜୀବ-ଜନ୍ତୁଙ୍କ ବିଷୟରେ ଅନେକ କଥା କହିଥାନ୍ତି । ଏସବୁ ତ ଥିଲା ଛୋଟ ବେଳର କଥା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ଏହି ଭିଡିଓରେ ମାଛର ଜୀବନ ଜଳ ହେବା ପରିବର୍ତ୍ତେ ବିୟର ହୋଇଛି । ଭିଡିଓ ମାଛ ବିୟର ପିଉଥିବାର ମଧ୍ୟ ନଜର ଆସିଛି । ମାଛର ଏଭଳି ମଦ ପିଇବା ଲୋକମାନଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି ।

ଏହି ମଜାଦାର୍ ଭିଡିଓକୁ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ସେୟାର କରିଛନ୍ତି । ଏହି ଭିଡିଓକୁ ସେ ନିଜର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସୂଚନା ମୁତାବକ ମାଛର ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯ ହଜାରରୁ ଅଧିକ ଥର ଦେଖାଯିବା ସହ ୭୭୮ ଲାଇକ୍ ଏବଂ ୧୯୭ଥର ରିଟ୍ୱିଟ ମଧ୍ୟ ହୋଇସାରିଛି । ଏହି ଭିଡିଓକୁ ଦେଖି ୟୁଜର୍ସମାନେ ମଧ୍ୟ ଖୁବ୍ କମେଣ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular