spot_img

ପଶ୍ଚିମବଙ୍ଗର ଚର୍ଚ୍ଚିତ ଆସନ ନନ୍ଦିଗ୍ରାମ ,ଲଢେଇ ହେବ ଜୋରଦାର ….

ଭୁବନେଶ୍ୱର (ଚନ୍ଦନ ପଣ୍ଡା): ପଶ୍ଚିମବଙ୍ଗର ନିର୍ବାଚନ ଅବ୍ୟବହିତ ପୂର୍ବରୁ ସରଗରମ ହେଲାଣି ବଙ୍ଗଳା ରାଜନୀତି | କେନ୍ଦ୍ରର ସରକାର ଥିବା ଭାରତୀୟ ଜନତା ପାର୍ଟି କଳେ ବଳେ କୌଶଳେ ବଙ୍ଗଳା ମାଟିରୁ ତୃଣ ମୂଳ କଂଗ୍ରେସ କୁ ହଟାଇ ବାକୁ ଆପ୍ରାଣ ଉଦ୍ୟମ ଚଳାଉଛି | ଦିଦିଙ୍କ ଟି ,ଏମ ,ସି  ବି ପଛରେ ପଡିନି ଏଥିରେ | ଏସବୁ ରଣକୌଶଳ କୁ ଭେଦ କରି ପୁନର୍ବାର ଶାସନ ଭାର ନିଜ ହାତରେ ରଖିବାକୁ ପ୍ରାଣମୂର୍ଚ୍ଛା ପ୍ରଚେଷ୍ଟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ |ତେବେ ଏସବୁ ଭିତରେ ନନ୍ଦିଗ୍ରାମ ଏବେ ସବୁଠୁ ଚର୍ଚ୍ଚାରେ ରହିଛି | ନନ୍ଦିଗ୍ରାମ ରେ ଏବେ ଘମାଘୋଟ ଲଢେଇ ହେବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ପ୍ରମୁଖ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ | ପୂର୍ବରୁ ଶୁଭେନ୍ଦୁ ମମତାଙ୍କ ସରକାର ରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ପାଇବା ସହ ପରିବହନ ,ଜଳସମ୍ପଦ ଓ ଜଳସେଚନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ଆସିଛନ୍ତି  | କିନ୍ତୁ ନିର୍ବାଚନର ଯଥେଷ୍ଟ ପୂର୍ବରୁ ଶୁଭେନ୍ଦୁ ତୃଣମୂଳ ଛାଡି ଭାରତୀୟ ଜନତା ପାର୍ଟି ରେ ଯୋଗଦେଇ ନିଜର ରାଜନୀତିକ ଜୀବନ କୁ ଲମ୍ବା କରିବାକୁ ଚାହୁଁଛନ୍ତି | ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଚିରାଚରିତ ଭବାନୀପୁର ଆସନ ଛାଡି ନନ୍ଦିଗ୍ରାମ ଆସନ ରୁ  ଶୁଭେନ୍ଦୁଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି | ନିଜର ସମର୍ଥକ ମାନଙ୍କ ସହ ବିରାଟ ପାଟୁଆରରେ ଗତ  ମାର୍ଚ୍ଚ ୧୦ (ବୁଧବାର) ମମତା ବାନାର୍ଜୀ ଏହି ଆସନରୁ ବିଧାୟିକା ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି | ଏହି ସମୟରେ ସେ ବିରୋଧ ର ଶିକାର ହୋଇଥିଲେ  ତାଙ୍କର କାନ୍ଧ ଓ ଗୋଡ ରେ ଶକ୍ତ ଆଘାତ ଲାଗିଛି  ଓ ସେ ଡାକ୍ତରଖାନାରେ ବିଶ୍ରାମ ନେଉଥିବାର ଫଟୋ  ଟ୍ଵିଟର ରେ ଦେଖିବାକୁ ମିଳିଥିଲା | ଏଘଟଣାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି | ଏହାକୁ ବିଜେପି ବାହାନା କହି ଏଡାଇ ଯାଉଥିବା ବେଳେ ,ଦିଦି କହୁଛନ୍ତି  ବଙ୍ଗଳା ତାର ଝିଅ କୁ ଚାହେଁ | ଏସବୁ ଭିତରେ ଆଜି ନନ୍ଦିଗ୍ରାମ ବିଧାନସଭା ଆସନରୁ  ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶୁଭେନ୍ଦୁ ଅଧିକାରୀ ନାମାଙ୍କନ ଦାଖଲ ବେଳେ ବିରାଟ ଶୋଭାଯାତ୍ରାର ଆୟୋଜନ କରି  ପ୍ରଥମେ ସେ ସିଂହବାହିନୀ ମନ୍ଦିରରେ ପୂଜାର୍ଚ୍ଚନା କରି ନାମାଙ୍କନ ଭରିବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇଛନ୍ତି  | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଦିଦିଙ୍କ ସହଯୋଗୀମାନେ ଏବେ ଦିଦିଙ୍କ ବାଟରେ କଣ୍ଟା ହୋଇ ଛିଡା ହୋଇଛନ୍ତି | ସିଙ୍ଗୁର ଓ ନନ୍ଦିଗ୍ରାମ ଆନ୍ଦୋଳନ ମମତା ବାନାର୍ଜୀଙ୍କୁ ୨୦୧୧ ରେ  କ୍ଷମତାରେ ବସାଇଥିଲା। ଆଉ ଏହି ଆନ୍ଦୋଳନକୁ ସଫଳ କରାଇବାରେ ମମତା ବାନାର୍ଜୀଙ୍କ ସିପାହୀ ସାଜିଥିଲେ ଶୁଭେନ୍ଦୁ ଅଧିକାରୀ ଏବଂ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ। ଏହି ଆନ୍ଦୋଳନ ମମତାଙ୍କୁ ଏଭଳି ପରିଚୟ ଦେଇଥିଲା ଯେ ଦୀର୍ଘ ୩୪ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରୁଥିବା ବାମପନ୍ଥୀଙ୍କୁ କ୍ଷମତାଚ୍ୟୁତ କରିଥିଲା | ଦୀର୍ଘ ୧୦ ବର୍ଷ ଧରି କ୍ଷମତାରେ ଥିବା ମମତାଙ୍କୁ ଚଳିତ ବିଧାନସଭା ନିର୍ବାଚନ ବେଳେ ନିଜ ସହଯୋଗୀ ଜଣଙ୍କ ପରେ ଜଣଙ୍କ ଝଟକା ଦେଇ ଚାଲିଛନ୍ତି। ଦିଦିଙ୍କର ପୁରୁଣା ସିପାହୀ ପ୍ରାୟତଃ ଆଉ ତାଙ୍କ ସହିତ ନହାନ୍ତି। ଏବେ ସେହି ସିପାହୀ ବିଜେପି ଟିକେଟରେ ତାଙ୍କର ପ୍ରମୁଖ ପ୍ରତିଦ୍ୱନ୍ଦୀ ହୋଇ ଉଭା ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପିର ଚିହ୍ନ ବର୍ଣ୍ଣ ନଥିଲା କହିଲେ ଭୁଲ ହେବନି । ସେତେବେଳେ ମାତ୍ର  ୧୮ଟି ଆସନ ହାତେଇଥିଲା  ବିଜେପି । ଯାହାକି ଟିଏମସିକୁ ବଡ଼ ଝଟକା ଦେଇଥିଲା। ମୋଦିଙ୍କ ଫଟୋ ଓ ଯୋଜନାକୁ ଆଧାର କରି ବିଜେପି ଭୋଟ୍ ଗୋଟାଇବାରେ ଏକପ୍ରକାର ସଫଳ ହୋଇଥିଲା। ତେଣୁ ମମତା ଭଳି ହେବିଓ୍ୱେଟ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେପି ପାଇଁ ରାଜନୀତିରେ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛି। ୨୦୧୧ ରେ କିନ୍ତୁ ବଦଳିଛି ପଶ୍ଚିମବଙ୍ଗ ର ପାଣିପାଗ  | ଆଗ ଅପେକ୍ଷା ସୁଦୃଢ ହେଉଛି ଭାଜପା | ଏଥର ଆଖିଦୃଶିଆ ଲଢେଇ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କଲେଣି | ପଶ୍ଚିମବଙ୍ଗରେ ସି .ପି .ଆଇ ର ମଧ୍ୟ ବଡ ଭୋଟ ବ୍ୟାଙ୍କ ଅଛି | କାରଣ ଦୀର୍ଘ ୩୪ ବର୍ଷ ଜ୍ୟୋତି ବସୁ ଓ ବୁଦ୍ଧଦେବ ଭଟାଚାର୍ଯ୍ୟ ମିଳିତ ଭାବେ ସରକାର ଚଳାଇଥିଲେ | ଏହି ମର୍ମରେ ସି .ପି .ଆଇ ମଧ୍ୟ ଜଣେ ଟାଣୁଆ ପ୍ରାର୍ଥୀ ଦେବାକୁ ପାଗ ଭିଡିଛି | ଏବଂ ଯୁବା ମହିଳା ନେତ୍ରୀ ମିନାକ୍ଷୀ ମୁଖାର୍ଜୀ ଙ୍କୁ  ସି .ପି .ଆଇ ପ୍ରାର୍ଥୀ  କରି ନିର୍ବାଚନ ପାରି ହେବାକୁ  ଯୋଜନା କରୁଛି | ଆରମ୍ଭରୁ ନନ୍ଦିଗ୍ରାମ ଆସନ ପାରମ୍ପରିକ ଭାବେ ବାମପନ୍ଥୀ ସି .ପି .ଆଇ  ଦ୍ୱାରା ପ୍ରତିଦ୍ବନ୍ଦିତା ହୋଇଛି | ୧୯୫୨ ଠାରୁ ସିପିଆଇ ଏହି ଆସନ ରେ ସର୍ବାଧିକ କ୍ଷମତା ପାଇଛି |କିନ୍ତୁ ୨୦୦୯ ଉପନିର୍ବାଚନରେ  ତୃଣ ମୂଳର  ଫିରୋଜ ବିବି  କମ୍ୟୁନିଷ୍ଟ ହାତରୁ ଛଡାଇ ନେଇଥିଲେ  ଏହି  ଆସନକୁ | ତେବେ ଏଠାରେ ଚଳିତ ନିର୍ବାଚନରେ କଡା ମୁକାବିଲା ହେବ  ଏକଥା ସ୍ପଷ୍ଟ ଭାବେ ଜଣା ପଡୁଛି | କିନ୍ତୁ ରାଜନୀତିରେ ଦଳ ବଦଳ ,ପୁରୁଣା କର୍ମୀଙ୍କୁ ଅଣଦେଖା କରିବା ଓ କଳେବଳେ କୌଶଳେ କ୍ଷମତା ହାସଲ କରିବା ଏବେ ଯେମିତି ଏକ ପରମ୍ପରା ରେ ପରିଣତ ହୋଇଗଲାଣି ତାହା ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ବିପଦ ଜନକ  | ତେବେ ଶେଷରେ ଏତିକି କହିବୁ କ୍ଷମତା ରାଜନୀତିରେ ପଦ ମର୍ଯ୍ୟାଦା ରକ୍ଷାକରନ୍ତୁ | ଜନଗଣଙ୍କ ମୂଲ୍ୟବାନ ମତ ପାଇ ବଳିୟାନ ହୋଇଥିବା ଜନ ପ୍ରତିନିଧିମାନେ ନିସ୍ଵାର୍ଥପର ଜନ ସେବାକରନ୍ତୁ | ପ୍ରକୃତ ଓ ବାସ୍ତବ ଜନନେତାର ଉତ୍ତର ଦାୟିତ୍ୱ ପ୍ରତିପାଦନ କରନ୍ତୁ | କାରଣ ଜନତା ଦେଇଥିବା ପଦବୀ ଟି ଭୋଗ ବିଳାସର ଆସନ ନୁହେଁ କି ଅର୍ଥୋପାର୍ଜନ ର ମାଧ୍ୟମ ନୁହେଁ ….!

LEAVE A REPLY

Please enter your comment!
Please enter your name here

- Advertisment -

Most Popular