ଭାରତର ପ୍ରଥମ ବର୍ଗ ଶ୍ରେଣୀ ଖେଳାଳି ଭାବେ ଶିଖର ଧାୱନ ବେଶ ପରିଚିତ । ଦୀର୍ଘ ଦୁଇ ବର୍ଷ ଧରି ସେ ଟେଷ୍ଟ କ୍ରିକେଟ ଖେଳିନଥିଲେ । ୨୦୧୮ ରେ ସେ ଶେଷଥର ପାଇଁ ଇଂଲଣ୍ଡ ବିପକ୍ଷରେ ଖେଳିିଥିଲେ । ସେ ଖୁବ୍ ଶୀଘ୍ର ଭାରତୀୟ ଟେଷ୍ଟ କ୍ରିକେଟ ଦଳକୁ ଫେରିବେ ବୋଲି ଆଶାବାଦୀ ଅଛନ୍ତି । ୩୪ ବର୍ଷୀୟ ଶିଖର ଧାୱନ ଏଥିପାଇଁ ଅଭ୍ୟାସ ଜାରି ରଖିଛନ୍ତି । ପୂର୍ବବର୍ଷ ରଣଜୀ ମ୍ୟାଚରେ ସେ ଶତକ କରିଥିଲେ ଏବଂ ଏକଦିବସୀୟ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଆସନ୍ତା ବର୍ଷ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପରେ ଖେଳିବା ପାଇଁ ହେଲେ, ନିଜକୁ ଫିଟ ରଖିବା ସହ ଭଲ ଖେଳିବା ପାଇଁ ପଡ଼ିବ ବୋଲି ସେ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0