ଗଞ୍ଜାମ: ରାଜଧାନୀରେ ପେଟ୍ରୋଲ ପମ୍ପ ବିସ୍ଫୋରଣ। ବିସ୍ଫୋରଣରେ ନିଖୋଜ ଥିବା ସିମାଞ୍ଚଳ ପରିଡାଙ୍କ ପରିବାର ଲୋକେ କୁଶ ପୁତ୍ତଳିକା ଦାହ କରିଛନ୍ତି । ପୁଅ ବିସ୍ଫୋରଣରେ ଚାଲିଯାଇଛି ବୋଲି ଭାବି ପୂରା ପରିବାର ଏବେ ଶୋକ ସନ୍ତପ୍ତ ହୋଇପଡ଼ିଛି । ଘଟଣାର ୨ଦିନ ପରେ ପରିବାରଲୋକେ ପୁଅ ଆଉ ଫେରିବନି କହି ପାଳ ନଡାରେ ପୁତ୍ତଳିକା ତିଆରି କରି ଅନ୍ତିମ ସଂସ୍କାର କରିଛନ୍ତି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । ୪ କାନ୍ଧ ଉପରେ ଥିଲା ସତର କୋକେଇ ଆଉ ସତ ଜୁଇ ଉପରେ କିନ୍ତୁ ଥିଲା ମିଛର ଶବ । ଏମିତି ଏକ ଦୃଶ୍ୟ ଯାହା ଆପଣଙ୍କ ଆଖିରେ ଲୁହ ଆଣିବାକୁ ବାଧ୍ୟ କରିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0