ବାରିପଦା: ଦିର୍ଘ ୭ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ । ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଦେଇ ପାଶ ନେଇ ଯାଇପାରିବେ। ଯଶୀପୁର ଦେଇ ପ୍ରଥମେ ଆସିଥିବା ୩୫ଟି ଗାଡ଼ି ଏବଂ ପିଠାବଟା ପଟେ ପ୍ରଥମ ଆସିଥିବା ୨୫ ଟି ଗାଡ଼ିକୁ ଡେ ଟୁରିଷ୍ଟ ପାଶ ପ୍ରଦାନ କରାଯିବ ।
ପ୍ରତ୍ୟେକ ଗାଡ଼ି ରେ ଜଣେ ଗାଇଡ ଦିଆଯିବ । ପର୍ଯ୍ୟଟକମାନେ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ୱେବସାଇଟ www.ecotourodisha.comରେ ଯାଇ ଟିକେଟ ବୁକିଂ କରିପାରିବେ । ଏଥିପାଇଁ କୁମାରୀ, ଗୁଡୁଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣି ଠାରେ ଥିବା କଟେଜ ମାନଙ୍କରେ ରାତ୍ରରହଣୀର ବ୍ୟବସ୍ଥା କରାଯାଇଛି ।



Visitors Today : 0
Total Visitors : 130518
Total Views : 9892064
Visitors Online Now : 0