ୱାଶିଂଟନ: ନିର୍ବାଚନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ୟାମ୍ପେନ ୱେବସାଇଟ ହ୍ୟାକ ହୋଇଛି । ତେବେ ଦୀର୍ଘ ୩୦ ମିନିଟ ଧରି ହ୍ୟାକ ଏହି ୱେବସାଇଟକୁ ହ୍ୟାକ କରି ରଖିଥିଲା । ଏ ବାବଦରେ ପ୍ରଥମେ ଟ୍ୱିଟର ୟୁଜର ଗ୍ରାବିଏଲ ଲୋରେଞ୍ଜୋ ଗ୍ରେସସ୍କେଲର ସମସ୍ତଙ୍କୁ ଅବଗୋତ କରିଥିଲେ । ଏହା ସହ ହ୍ୟାକ ହୋଇଥିବା ୱେବସାଇଟର ସ୍କି୍ରନ ସଟ ମଧ୍ୟ ସେୟାର କରିଥିଲେ । ଅନ୍ୟପଟେ କୌଣସି ସମ୍ବେଦନଶୀଳ ଡାଟା ଉପରେ କିଛି ବି କ୍ଷତି ପହଁଞ୍ଚି ନାହିଁ ବୋଲି ଟ୍ରମ୍ପଙ୍କ କ୍ୟାମ୍ପେନ ପ୍ରବକ୍ତା ଟିମ ମର୍ଟୱ କହିଛନ୍ତି । ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କ୍ଷେତ୍ରରେ ଏହା ପ୍ରଥମଥର ଏପରି ଘଟିନି, ଏହା ପୂର୍ବରୁ ଜଣେ ଡଚ ସିକ୍ୟୁରିଟି ଗବେଷକ ଦାବି କରି କହିଥିଲେ, ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟର ଆସେସ ରହିଛି ଓ ଏହାର ପାସୱଡ ମଧ୍ୟ ତାଙ୍କୁ ଟ୍ରମ୍ପଙ୍କୁ ଜାରି କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0