ମୁମ୍ବାଇ: ବହୁ ଚର୍ଚ୍ଚିତ କଣ୍ଠ ଶିଳ୍ପୀ ନେହା କକ୍କଡ ନିଜର ବିବାହ ପ୍ରସଙ୍ଗକୁ ନେଇ ବେଶ ଚର୍ଚ୍ଚିତ ଅଛନ୍ତି । ଇତି ମଧ୍ୟରେ ନେହା ଓ ରୋହନପ୍ରୀତ ସିଂହଙ୍କ ନୂଆ ଗୀତର ପୋଷ୍ଟର ମୁକ୍ତିଲାଭ କରିଛି । ତେବେ ଇଣ୍ଡିଆନ ଆଇଡଲ୍ର ବିଚାରକ ବିଶାଲ ଦଦଲାନିଙ୍କୁ ଏହା ଦ୍ବନ୍ଦ୍ବରେ ପକାଇଦେଇଛି । ସୂଚନା ଅନୁସାରେ, ନେହା ଓ ରୋହନପ୍ରୀତ ଉଭୟଙ୍କର ବିବାହକୁ ନେଇ ଦୁହେଁ ନିକଟରେ ସ୍ଫଷ୍ଟ କରିଥିଲେ । ମାତ୍ର ରୋହନପ୍ରୀତ ଓ ନେହାଙ୍କ ଭିଡିଓ ସଂଗୀତ ‘ନେହୁ ଦ ବ୍ୟାହ’ ୨୧ ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହି ଗୀତର ପୋଷ୍ଟରକୁ ଦେଖି ବିଶାଲ ଏକ ପୋଷ୍ଟରେ ଲେଖିଛନ୍ତି, ନେହା ତୁମେ ରୋହନପ୍ରୀତଙ୍କୁ ବିବାହ କରୁଛ ଯଦି ସଫା ସଫା କୁହ । ଏହା ତୁମର କୌଣସି ନୂଆ ଫିଲ୍ମ କିମ୍ବା ଗୀତର ପୋଷ୍ଟର ନା ତୁମେ ସତରେ ବିବାହ କରୁଛ ? ଏପରି ଲେଖି ବିଶାଲ ଏବେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0