ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ ପାର୍ଟି। ୨୯୧ ପ୍ରାର୍ଥୀଙ୍କ ତାଲିକା ଜାରି କରିଛନ୍ତି ଟିଏମ୍ସି ସୁପ୍ରିମୋ ମମତା ବାନର୍ଜୀ। ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୫୦ ଜଣ ମହିଳାଙ୍କୁ ସ୍ଥାନ ଦିଆଯାଇଛି। କେବଳ ସେତିକି ନୁହେଁ ଚଳିତ ଥର ମୁସଲିମ୍ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ଟିଏମ୍ସି ସୁପ୍ରିମୋ। ମୋଟ ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୪୨ ଜଣ ମୁସିଲିମ୍ଙ୍କ ନାଁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେଉଁ ଆସନରୁ ଲଢିବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା। ତେବେ ଏହା ଉପରୁ ପର୍ଦ୍ଦା ହଟାଇଛନ୍ତି ଦିଦି। ଟିଏମ୍ସି ସୁପ୍ରିମୋ ଚଳିତ ଥର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ। ଏ ନେଇ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟିଏମ୍ସି ସହିତ ମେଣ୍ଟ କରିଥିବା ସହଯୋଗୀଙ୍କ ପାଇଁ ୩ଟି ଆସନ ଛାଡିଛି ଦଳ। ପଶ୍ଚିମବଙ୍ଗରେ ମୋଟ ୮ଟି ପର୍ଯ୍ୟାୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0