ନୟଗଡ଼: ନୟଗଡ଼ ଯଦୁପୁର ପରୀ ମୃତ୍ୟୁ ତଦନ୍ତର ରିପୋର୍ଟ ଦାଖଲ । ମୃତ୍ୟୁର ତଦନ୍ତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ ଏସଆଇଟି ଟିମ୍ । ତେବେ ହତ୍ୟା ପୂର୍ବରୁ ପରୀକୁ ଯୌନ ନିର୍ୟାତନା ଦିଆଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ। ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ଥିବା ସୂଚନା । ପରୀର ମୃତଦେହ ଉଲ୍ଲଗ୍ନ ଅବସ୍ଥାରେ ମିଳିଥିଲା । ପରୀର ପୋଷାକ ମଧ୍ୟ ପାଇଛି ତଦନ୍ତକାରୀ ଟିମ୍ । ପୋଷାକରେ ସିମେନ ମଧ୍ୟ ମିଳିଛି । ଅନ୍ୟପଟେ ଏହାର ଅଭିଯୁକ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ନୟାଗଡ଼ ଯଦୁପୁରର ହୋଇଥିବାର ସୂଚନା । ଜୁଲାଇ ୨୩ରେ ନୟାଗଡ ଯଦୁପୁରରୁ ପରୀର ମୃତଦେହ ମିଳିଥିଲା । ଏହାପରେ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଆଜି ଏହି ମାମଲାର ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛି ଏସଆଇଟି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0