କଟକ: ନକଲି କାରବାରରେ ପେଣ୍ଠସ୍ଥଳୀ ପାଲଟିଛି କଟକର ଜଗତପୁର । ପୂର୍ବରୁ ନକଲି ମସଲା, ଘିଅ, ପୁଣି ନକଲି ଗୁଟଖା ଜବତ ହୋଇଛି । କିଛି ଦିନର ବ୍ୟବଧାନ ପରେ ଆକ୍ସନ ମୋଡରେ ଆସିଛି କମିଶନରେଟ ପୋଲିସ । ଜଗତପୁର ସ୍ଥିତ ଉମାଶଙ୍କର ଭବନ ରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଛି ପୋଲିସ । ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଗୁଟଖା ଦୀର୍ଘଦିନ ହେବ ପ୍ରସ୍ତୁତି କରଯାଇ ଓଡିଶାର କୋଣ ଅନୁକୋଣକୁ ଚାଲଣ କରାଯାଉଥିଲା। ଖବରପାଇ କମିଶନରେଟ ପୋଲିସ ଚଢାଉ କରିଥିଲା । ଚଢାଉ ସମୟରେ ଗୁଟଖା ତିଆରି କରୁଥିବା ମାଲିକଙ୍କୁ ଅଟକ ରଖିବା ସହିତ ବିପୁଳ ପରିମାଣର ନକଲି ଗୁଟଖା ଏବଂ ଏଥିରେ ବ୍ୟବହୃତ ହେଉତିବା ସମସ୍ତ ଯନ୍ତ୍ରାଶକୁ ଜବତ କରିଛି କମିଶନରେଟ ପୋଲିସ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0