spot_img

ଏଲଏସି ବିବାଦ: ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଏଲଏସିରେ ଭାରତ-ଚୀନ ସେନା ମୁହାଁମୁହିଁ ରହିଥିବା ବେଳେ ସ୍ଥିତି ଗମ୍ଭୀର ରହିିଛି । ଗମ୍ଭୀର ସ୍ଥିତିକୁ ଲକ୍ଷ୍ୟ କରି ଭାରତୀୟ ସ୍ଥଳ ସେନାର ମୁଖ୍ୟ ଜେନରାଲ ଏମଏମ୍ ନରୱଣେ ଦୁଇ ଦିନ ପାଇଁ ଲଦାଖ ଗସ୍ତରେ ଯାଇଛନ୍ତି । ସେଠାରେ ପହଁଞ୍ଚି ସେ ସ୍ଥିତି ସମୀକ୍ଷା କରୁଛନ୍ତି । ନରୱଣେ କହିବା ଅନୁସାରେ, ବର୍ତ୍ତମାନ ଏଲଏସିର ସ୍ଥିତି ଦୁର୍ବଳ ଓ ଗମ୍ଭୀର ରହିଛି । ଆମେ ବାରମ୍ବାର ଏ ବିଷୟରେ ବିଚାର ବିମର୍ଶ କରୁଛୁ । ଆମେ ସୁରକ୍ଷା ପାଇଁ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରୁଛୁ । କାଲି ଲଦାଖରେ ପହଁଞ୍ଚିବା ପରେ ମୁଁ ବିଭିନ୍ନ ଅଞ୍ଚଲ ବୁଲି ଅଫିସରମାନଙ୍କ ସହ ଆଲୋଚନା କରିଥିଲି । ଯବାନମାନଙ୍କର ମନୋବଳ ଦୃଢ ରହିଥିବା ବେଳେ ସେମାନେ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଜେନରାଲ ।
ସୂଚନା ଥାଉକି, ଚୀନର ପିପୁଲସ୍ ଲିବରେସନ୍ ଆର୍ମୀର ସୈନିକମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ବାରମ୍ବାର ସୋମାନେ ଚେଷ୍ଟା କରୁଛନ୍ତି, ଯାହାକୁ ପଣ୍ଡ କରୁଛି ଭାରତୀୟ ସେନା । ଏହି ସ୍ଥିତି ସମକ୍ଷା କରିବା ପାଇଁ ସ୍ଥଳ ସେନା ପ୍ରମୁଖ ଜେନରାଲ ଏମଏମ ନରୱଣେ ଦୁଇଦିନିଆ ଲଦାଖ ଗସ୍ତରେ ଯାଇ ସେଠାରେ ସ୍ଥିତି ସମୀକ୍ଷା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular