ଓଡ଼ିଶା କଂଗ୍ରେସ ଦ୍ଵାରା ଆହୂତ କଂଗ୍ରେସର ଛଅ ଘଣ୍ଟିଆ ବନ୍ଦ ହରତାଳର ପ୍ରଭାବ ନବରଙ୍ଗପୁରରେ ବହୁ ମାତ୍ରାରେ ଦେଖିବାକୁ ମିଳିଛି। ଆଜକୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେବ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହଲିଙ୍ଗ ସନ୍ ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ରହସ୍ୟବୃତ୍ତ ହୋଇ ରହିଥିବା ବେଳେ ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଦାବି ହୋଇ ଆସୁଥିଲେ ହେଁ, ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇବା ଲାଗି ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀଙ୍କୁ ସାବାସି ଦେଇ ନିଜ ପାଖରେ ଗୋଟିଏ ମଞ୍ଚରେ ବସାଇ ମନ୍ତ୍ରୀଙ୍କ ଭାଷଣ ଶୁଣି ତାଳି ମାରିବା ସହ ପରୋକ୍ଷରେ ଅପରାଧୀ ଓ ଅପରାଧକୁ ପ୍ରୋତ୍ସାହନ ଦେଉଛନ୍ତି। ଏଭଳି ଅଭିଯୋଗ ଆଣି ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0