ଶ୍ରୀମନ୍ଦିର ଭିତର ବେଢାରେ ଥିବା ଶ୍ରୀ ନୀଳମାଧବ ମନ୍ଦିରର ଉତ୍ତର ଦିଗକୁ ବେଢାକାଳୀଙ୍କ ମନ୍ଦିର ରହିଛି । ଶ୍ରୀମନ୍ଦିରର ପଶ୍ଚିମ କୋଣରେ ଶ୍ରୀନୀଳମାଧବ ଓ ମା ଲକ୍ଷ୍ମୀ ମନ୍ଦିରର ଦକ୍ଷିଣ ପାଶ୍ୱର୍କୁ ଲାଗି ଏକ ଉଚ୍ଚ ମନ୍ଦିର ରହିଛି । ବେଢାକାଳୀଙ୍କୁ ମନ୍ଦିରର ସୁରକ୍ଷାଦାତ୍ରୀ ଭାବେ ଅଭିହିତ କରାଯାଏ ।
କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ବେଢା ମଧ୍ୟସ୍ଥ ଅନ୍ୟ ଦେବାଦେବୀଙ୍କ ପହଡ ନୀତି ହୋଇସାରିଲା ପରେ ମାଆ ଜାଗ୍ରତ ପହରୀ ସାଜି ବେଢାର ରକ୍ଷା କର୍ତ୍ତା କାର୍ଯ୍ୟ କରିଥାଆନ୍ତି ।ଏହି କାଳୀ ମୁର୍ତ୍ତି ଝୁଣା ଓ ତେଲରେ ନିର୍ମିତ ।ମୁଳ ପ୍ରସ୍ତର ମୁର୍ତ୍ତି ଏହି ମୁର୍ତ୍ତି ର ପଛ ଭାଗରେ ଅଛନ୍ତି । ତାହା ଭକ୍ତମାନେ ଦେଖିପାରନ୍ତି ନାହିଁ । ବର୍ତ୍ତମାନର ମୁର୍ତ୍ତିର ଡାହାଣ ପାଖକୁ ଥିବା ଏକ ରନ୍ଧ୍ର ଦେଇ ପ୍ରତିଦିନ ଫୁଲ ଚନ୍ଦନ ଦିଆଯାଇ ପୁଜାର୍ଚ୍ଚନା କରାଯାଏ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0