କଟକ: ୨୦୧୪ ମସିହାରେ ନାବାଳିକା ଦୁଷ୍କର୍ମ ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ଅଦାଲତ। ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡିତ ସହ ୧୦ ହଜାର ଟଙ୍କା ଜରିମାନା କଲେ କଟକ ପୋକ୍ସୋ ଅଦାଲତ। ୨୦ ଜଣ ସାକ୍ଷ ଓ ପ୍ରମାଣ ଅଧାରରେ ପରେ ଏଭଳି ରାୟ ପ୍ରଦାନ କରିଛନ୍ତି। ଏହି ରାୟ ଶୁଣାଣି ପାଇଁ ୬ ବର୍ଷ ଲାଗିଥିଲା।
୨୦୧୪ ମସିହା ଅପ୍ରିଲ ମାସ ୪ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଚଳରେ ଏହି ଲୋମ ହର୍ଷଣକାରୀ ଘଟଣା ଘଟିଥିଲା। କଟକ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଜଣେ ନାବାଳିକା ନିଜ ମାଉସୀ ଘରକୁ ବୁଲି ଯାଇଥିଲେ। ମଉସା ମାଉସୀଙ୍କ ସହ ତାଙ୍କ ବିଲକୁ ଯାଇଥିବା ବେଳେ ,ସେହି ଅଞ୍ଚଳର କରୁଣାକର କାଣ୍ତି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା। ଏପ୍ରିଲ ୨୩ ତାରିଖରେ ନାବାଳିକାଙ୍କ ଅବସ୍ଥା ଖରାପ ହେବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା। ନାବାଳିକାଙ୍କ ମା ଧର୍ମଶାଳା ଥାନାରେ ଏତଲା ଦେବାପରେ ଆସାମୀ କରୁଣାକର ମେ ମାସ ୧୨ ତାରିଖରେ ଗିରଫ ହୋଇଥିଲା। ପୋଲିସ୍ ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡା ସଂହିତା ଅନୁସାରେ ଦଫା ୩୭୬ (୨ ଆଇ) , ୪୫୨ ଏବଂ ୫୦୬ ଆଧାରରେ ମୋକଦ୍ଦମା ଦାଏର କରିଥିଲା।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0