spot_img

ସୌରଭ ଗାଙ୍ଗୁଲି ଦେବେ ଜରିମାନା

କୋଲକାତା ହାଇକୋର୍ଟ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ଜରିମାନା ଲଗାଇଛନ୍ତି | ଗାଙ୍ଗୁଲିଙ୍କୁ ୧୦ ହଜାର ଟଙ୍କାର ଫାଇନ ଲଗାଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ ହଜାର ଓ ନଗର ବିକାଶ ନିଗମ ଉପରେ ୫୦ ହଜାର ଟଙ୍କାର ଜରିମାନା ଲାଗିଛି । ଜଷ୍ଟିସ ରାଜେଶ ବିନ୍ଦଲ ଓ ଜଷ୍ଟିସ ଅରିଜିତ ବାନାର୍ଜୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଶୁଣାଣି କରି କୋର୍ଟ କହିଥିଲେ ଯେ , ଦେଶ ସଦାବେଳେ ଖେଳାଳିଙ୍କ ସହ ରହିଛି । ସୌରଭ ଗାଙ୍ଗୁଲି ସାରା ବିଶ୍ୱରେ ଦେଶ ପାଇଁ ଗର୍ବ ଆଣିଛନ୍ତି । କିନ୍ତୁ ସମ୍ବିଧାନ ଆଗରେ ସମସ୍ତେ ସମାନ । କେହି ଏହାଠୁ ଉପରେ ନୁହେଁ । ଗାଙ୍ଗୁଲି କୋଚିଂ ଦେବା ପାଇଁ ରାଜ୍ୟ ସରକାର ନ୍ୟୁଟାଉନ ଅଞ୍ଚଳରେ ନିୟମକୁ ନମାନି ଜମି ଯୋଗାଇଥିଲେ । ଏନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହୋଇଥିଲା । ଯେଉଁଥିରେ ୨ ଏକର ଜମିକୁ ନେଇ ପ୍ରଶ୍ନ ଉଠାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular