ନୂଆଦିଲ୍ଲୀ: ଆଗାମୀ ଦିନଗୁଡ଼ିକରେ ଆହୁରି ଅଧିକ ମିତ୍ରରାଷ୍ଟ୍ରଗୁଡ଼ିକୁ ଭାରତ ପ୍ରତିଷେଧକ ଯୋଗାଇବ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର । ଇସ୍ରାଏଲ୍ର ଜାତୀୟ ସୁରକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି, ଏପରିକି ଭାରତରେ କୋଭିଡ ପ୍ରତିଷେଧକ ଦିଆଯାଉଥିବା ସମୟରେ ମଧ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ଆମେ ପ୍ରତିଷେଧକ ଯୋଗାଉଛୁ। ସମଗ୍ର ବିଶ୍ୱ ଐକ୍ୟବଦ୍ଧ ହୋଇ କୋଭିଡର ମୁକାବିଲା କରିପାରିବେ। ଶ୍ରୀ ଜୟଶଙ୍କର କହିଛନ୍ତି, ଆଗାମୀ ଦିନଗୁଡ଼ିକରେ ଏଭଳି ସଂକ୍ରମଣଗୁଡ଼ିକର ମୁକାବିଲା କରିବା ବିଶ୍ୱ ସ୍ତରରେ ମୁଖ୍ୟ ପ୍ରସଙ୍ଗ ହେବ। ଜଳବାୟୁ ପରିବର୍ତ୍ତନ ଉପରେ ସେ କହିଛନ୍ତି, ଆମେରିକା ପୁନର୍ବାର ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନ୍ୟ ଦେଶଗୁଡ଼ିକ ସହ ସମ୍ମିଳିତ ହେବାକୁ ଯାଉଥିବାରୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0