spot_img

ବଦଳି ଯିବ ଚେକ୍ ପେମେଣ୍ଟର ପ୍ରଣାଳୀ, ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ

ଭାରତୀୟ ରିଜର୍ଭ ବ୍ୟାଙ୍କ ଠକାମୀ ରୋକିବା ପାଇଁ ନୂଆ ନିୟମ ଲାଗୁ କରିଛି । ଆରବିଆଇ ଜାନୁଆରି ପହିଲାରୁ ଠକାମି ରୋକିବା ପାଇଁ ପଜିଟିଭ୍ ପେ ସିଷ୍ଟମ୍ ଲାଗୁ କରିବା ପାଇଁ ଚିନ୍ତା କରୁଛି ।
କ’ଣ ଏହି ପଜିଟିଭ୍ ପେ ସିଷ୍ଟମ୍? ଏହି ନୂଆ ନିୟମରେ ୫୦,୦୦୦ ଟଙ୍କାରୁ ଅଧିକ ରାଶିର ଚେକ୍ ପାଇଁ ଦୁଇଥର ସୁନିଶ୍ଚିତ କରାଯିବ । ଏହି ସିଷ୍ଟମରେ ଚେକ୍ ଜାରି କରିଥିବା ବ୍ୟକ୍ତିକୁ ଏସଏମଏସ, ମୋବାଇଲ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ ଭଳି ବିଦ୍ୟୁତ ମାଧ୍ୟମରୁ ଚେକ୍ ବିଷୟରେ ସୁନିଶ୍ଚିତ କରାଯିବ । ଏଥିରେ ତାରିଖ, ଲାଭାର୍ଥୀର ନାମ ପ୍ରାପ୍ତକର୍ତ୍ତା ଓ ରାଶି ବିଷୟରେ ସୂଚନା ଦେବାକୁ ପଡ଼ିବ । ଏହାକୁ ଚେକ୍ ପ୍ରସ୍ତୁତ ପୂର୍ବରୁ ପ୍ରଥମେ ମିଳାଇ ଦେଖାଯିବ । ଯଦି ଏହା ଖାପ ଖାଉନଥିବ , ତେବେ ଏହାର ସୂଚନା ଉକ୍ତ ବ୍ୟାଙ୍କ ଓ ଚେକ୍ ପ୍ରସ୍ତୁତକାରୀ ବ୍ୟାଙ୍କକୁ ଦିଆଯିବ । ଏହାକୁ ସଠିକ୍ ଯାଞ୍ଚ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଆରବିଆଇ ଅନୁସାରେ ଏହି ସୁବିଧାର ଲାଭ ଉଠାଇବା ଖାତାଧାରୀଙ୍କ ଉପରେ ନିର୍ଭର କରିବ । ୫ ଲକ୍ଷ ଓ ତା’ଠାରୁ ଉଦ୍ଧ୍ୱର୍ ରାଶିର ଚେକ୍ ପାଇଁ ଏହି ବ୍ୟବସ୍ଥା ଅନିବାର୍ଯ୍ୟ ହେବ । ଜାନୁଆରି ୧, ୨୦୨୧ ରୁ ଏହି ସିଷ୍ଟମ ଲାଗୁ କରାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି । ବ୍ୟାଙ୍କକୁ ଏହି ବିଷୟରେ ଗ୍ରାହକଙ୍କୁ ଜଣେଇବା ପାଇଁ କୁହାଯାଇଛି । ଏହା ସହ ବ୍ୟାଙ୍କ ନିଜ ଶାଖା, ଏଟିଏମ ସହ ନିଜ ୱେବସାଇଟ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗରେ ଏହା ଉପରେ ସବିଶେଷ ବିବରଣୀ ପ୍ରଦାନ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular