କେନ୍ଦୁଝର : ବଡବିଲ ସୁପର ଲିଗର ଦ୍ୱିତୀୟ ସଂସ୍କରଣରେ ଶ୍ରୀଗଣେଷ ଲିଜିଷ୍ଟିକ୍ ଟିମ ଚାମ୍ପିୟାନ । କେନ୍ଦୁଝର ଜିଲ୍ଲା ବଡବିଲ ବିକାଶ ମହଲ ପଡିଆରେ ବଡବିଲ ସୁପର ଲିଗ ଟି-୨୦ ଟୁର୍ଣ୍ଣାମେଣ୍ଟଜାନୁଆର ୩୧ ତାରିଖରୁ ଆରମ୍ଭ ହୋଇ ୨୫ ଦିନ ଧରି ଚାଲିଥିଲା । ଫାଇନାଲ ମ୍ୟାଚରେ ଶ୍ରୀଗଣେଶ ଲିଜିଷ୍ଟିକ୍ , ବିନାୟକ ଗିଫ୍ଟ ହାଉସକୁ ୩ ଉଇକେଟରେ ହରାଇ ୧୦୮ ରନରେ ବିଜୟ ହାସଲ କରିଥିଲା । ବିଜେତା ଦଳକୁ ଏକ ଲକ୍ଷ ୨୫ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ ଦଳକୁ ୭୫ ହଜାର ଟଙ୍କା ଟ୍ରଫି ପ୍ରଦାନ କରାଯାଇଥିଲା । ଉଦଯାପନୀ ଉସôବରେ ମୁଖ୍ୟଅତିଥି ଭାବେ ବଡବିଲ ତହସିଲଦାର , ସମ୍ମାନିତ ଅତିଥିଭାବେ ବଡବିଲ ଏସଡିପିଓ ଏବଂ ବଡବିଲ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0