ଚେନ୍ନାଇ: ତାମିଲନାଡୁ ସରକାର ସରକାରୀ କର୍ମଚାରୀଙ୍କ ଅବସର ସମୟସୀମାକୁ ବୃଦ୍ଧି କରିଛନ୍ତି । ଏବେ ସରକାରୀ କର୍ମଚାରୀ ୫୯ ବର୍ଷ ବଦଳରେ ୬୦ ବର୍ଷ ବୟସ ମଧ୍ୟରେ ଅବସର ନେଇପାରିବେ । ମୁଖ୍ୟମନ୍ତ୍ରୀ କେ ପଲ୍ଲାନିସ୍ୱାମୀ ରାଜ୍ୟ ବିଧାନସଭାରେ ଏନେଇ ଘୋଷଣା କରିଛନ୍ତି । ସୂଚନାନୁସାରେ, କେନ୍ଦ୍ର ମନ୍ତ୍ରୀ ଡ, ଜିତେନ୍ଦ୍ର ସିଂ ନିକଟରେ ଏକ ଗୁଜବ ଉପରୁ ପରଦା ହଟାଇଥିଲେ । କେନ୍ଦ୍ର ସରକାର ଅବସର ସମୟସୀମା ହ୍ରାସ କରିବାକୁ ଚାହୁଁଥିବା ଖବରକୁ ସେ ମିଛ ବୋଲି କହିଥିଲେ । ଏହି ଖବରରେ ସତ୍ୟତା ନଥିବା ମଧ୍ୟ ସେ କହିଥିଲେ । ଏପରି କୌଣସି ଯୋଜନା ସରକାରଙ୍କର ନାହିଁ କିମ୍ବା କୌଣସି ପ୍ରସ୍ତାବ ଉପରେ ସରକାର ଆଲୋଚନା କରୁନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0