spot_img

ଶ୍ରୀମନ୍ଦିରରେ ପୁରୀ ସହରବାସୀ ଓ ଛାତ୍ରଛାତ୍ରୀଙ୍କ ଜଗାଦର୍ଶନ

ପୁରୀ: ପୁରୀରେ ମହାପ୍ରଭୁଙ୍କ୍ୁ ଆଜି ଠାରୁ ଭଡାଟିଆ ଓ କର୍ମଜୀବୀଙ୍କ ଦର୍ଶନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ଚାଲିବ ଏହି ଦର୍ଶନ । ଦୁଇ ଦିନ ପୁରୀରେ ଭଡାଟିଆ ଓ କର୍ମଜୀବୀ ଓ ଛାତ୍ରଛାତ୍ରୀମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀରେ ଭଡାଟିଆ ଲୋକମାନେ ନିଜ ଘର ମାଲିକଙ୍କ ଠାରୁ ସ୍ୱୀକୃତି ପତ୍ର ଆଣି ମହାପ୍ରଭୁଙ୍କ ଦର୍ଶନ କରିବା ବ୍ୟବସ୍ଥା କରାଯାଇଛି।ସେହିପରି କର୍ମଜୀବୀମାନେ ନିଯୁକ୍ତିଦାତାଙ୍କ ପ୍ରମାଣପତ୍ର ଦେଖାଇ ଦର୍ଶନ କରିପାରିବେ । ଏହା ସହିତ ଆଜି ମଧ୍ୟ ପୁରୀ ବାସିନ୍ଦାଙ୍କ ଦର୍ଶନ ଆଗପରି ଜାରି ରହିଛି । ଆଜି ପ୍ରଥମ ସିଫ୍ଟରେ ୨୩ ଓ ୨୭ନଂ ୱାର୍ଡବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ଦ୍ୱିତୀୟ ସିଫ୍ଟରେ ୨୫ ଓ ୩୦ନଂ ୱାର୍ଡ , ତୃତୀୟ ସିଫ୍ଟରେ ୭, ୨୭ନଂ ୱାର୍ଡବାସୀ ଦର୍ଶନ କରିବେ । ଏହି ଦର୍ଶନ ସମୟରେ କରୋନା କଟକଣାକୁ କଡାକଡି ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular