spot_img

ଆକାଉଣ୍ଟାଣ୍ଟଙ୍କ ଘରୁ ଜବତ ସୁନା ବିସ୍କୁଟ ଓ ନଗଦ ୧୫ ଲକ୍ଷ ଟଙ୍କା

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ୱେସ୍କୋ ଆକାଉଣ୍ଟାଣ୍ଟ । ଭିଜିଲାନ୍ସ ପକ୍ଷରୁ ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧନୀଙ୍କ ଘରେ ରେଡ୍ କରାଯାଉଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ୱେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ରେଡ୍ ଜାରିରହିଛି । ବାସଭବନ ସମତେ ବିଭିନ୍ନ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଆଜି ସକାଳୁ ଭିଜିଲାନ୍ସ ଟିମ୍ ସ୍ଥାନୀୟ ସର୍କିଟ ହାଉସ ରୋଡ୍ରେ ଥିବା ଘର ସମତେ ଅଫିସରେ ମଧ୍ୟ ଚଢାଉ କରିଛି । ତେବେ ଏହି ରେଡ୍ ସମୟରେ ଘରୁ ନଗଦ ଟଙ୍କା ଓ ସୁନା ବିସ୍କୁଟ ଜବତ କରାଯାଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular